Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଜୈଶ-ଏ-ଅହମ୍ମଦର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗିରଫ, ବନ୍ଧୁକ ଓ ଗୁଳିଗୋଳା ଜବତ

10/12/2020 at 8:21 AM

ଶ୍ରୀନଗର, ୧୦/୧୨: ଜମ୍ମୁ-କାଶ୍ମୀରରେ ଜୈଶ-ଏ-ଅହମ୍ମଦ ଆତଙ୍କବାଦୀ ସଙ୍ଗଠନର ଜଣେ ଦୁର୍ଦ୍ଦାନ୍ତ ଆତଙ୍କୀକୁ ଗିରଫ କରାଯାଇଛି । ବଡଗାମ୍ ପୋଲିସ ଚେକ୍ ପୋଷ୍ଟରେ ଅପରେସନ କରୁଥିବା ବେଳେ ଆତଙ୍କବାଦୀ ତାରିକ ଅହମ୍ମଦ ଭଟ୍ଟଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଏକ ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଛି ।

ଗତ ମାସରେ ଅବନ୍ତିପୁରାରେ ପୋଲିସକୁ ବଡ ସଫଳତା ମିଳିଥିଲା । ପୋଲିସ ତ୍ରାଲ୍ ଓ ପମ୍ପୋର ଅଞ୍ଚଳରେ ଜୈଶ-ଏ-ଅହମ୍ମଦର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା । ଏହି ଦୁଇ ସଦସ୍ୟ ଅନ୍ୟ ଆତଙ୍କବାଦୀଙ୍କ ପାଇଁ ଖାଇବା ଓ ରହିବା ବନ୍ଦୋବସ୍ତ କରୁଥିଲେ ।

ଗିରଫ ୨ ସଦସ୍ୟ ଅନ୍ୟ ହାର୍ଡକୋର ଆତଙ୍କବାଦୀଙ୍କ ରହିବା ଖାଇବା ବ୍ୟତୀତ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଉଥିଲେ । ଏହାବ୍ୟତୀତ ଅନେକ ଗୁଇନ୍ଦା ତଥ୍ୟ ପ୍ରଦାନ କରୁଥିଲେ । ଗିରଫ ୨ ସଦସ୍ୟ ହେଲେ ବିଲାଲ ଚୋପାନ ଓ ମୁର୍ଶଲିନ୍ ବସୀର ସେଖ୍ ।

ନିକଟରେ ଗତ ୭ ତାରିଖରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏନକାଉଣ୍ଟରରେ ୫ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣ ପଞ୍ଜାବର ହୋଇଥିବା ବେଳେ ୩ଜଣ ହେଉଛନ୍ତି କାଶ୍ମୀରର । ଏହି ସମସ୍ତ ଆଇଏସଆଇ ଓ ଖଲିସ୍ତାନ ସଙ୍ଗଠନ ସହ ଜଡିତ ରହିଥିଲେ । ଏମାନଙ୍କୁ ଧରିବା ପାଇଁ ଦୀର୍ଘ ଦିନ ହେବ ଅପରେସନ ଜାରି ରହିଥିଲା ।

   Related Posts