Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଟଙ୍କା ପାଇଁ ନୁହେଁ ଯଦି କେଉଁ ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ପାଇଁ ପାକିସ୍ତାନ ଯାଇଥିଲେ: ଖୁଲାସା କଲେ ଗିରଫ ଆତଙ୍କବାଦୀ

15/09/2021 at 3:02 PM

ନୂଆଦିଲ୍ଲୀ ୧୫/୦୯ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ୟୁପି ଏଟିଏସ ଟିମ ମିଳିତ ଅପରେସନ କରି ପାକିସ୍ତାନ ଆତଙ୍କୀ ମଡ୍ୟୁଲର ୬ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ ୪ କଥିତ ଆତଙ୍କବାଦୀଙ୍କୁ ୧୪ ଦିନିଆ ରିମାଣ୍ଡରେ ନେଇଛି। ଆଉ ୨ ଆତଙ୍କବାଦୀଙ୍କୁ ବୁଧବାର ଦିନ କୋର୍ଟରେ ହାଜର କରାଯିବ। ସ୍ପେଶାଲ ସେଲ ସୂତ୍ର ଅନୁଯାୟୀ, ଦୁଇ ଆତଙ୍କବାଦୀ ଖୁଲାସା କରିଛନ୍ତି ଯେ ୧୬ ବଙ୍ଗଳା ଭାଷା ଶିଖିଥିବା ଓ ପାକିସ୍ତାନରେ ପ୍ରଶିକ୍ଷଣ ନେଇ ଆସିଥିବା ଯୁବକମାନେ ପଶ୍ଚିମବଙ୍ଗରେ କେଉଁଠି ଲୁଚି ଥାଇପାରନ୍ତି। ଏମାନେ କହିଛନ୍ତି ଯେ ଏମାନେ ଟଙ୍କା ପାଇଁ ନୁହେଁ ବରଂ ଜିହାଦ ପାଇଁ ପାକିସ୍ତାନକୁ ଟ୍ରେନିଂ ନେବାକୁ ଯାଇଥିଲେ।

ଗିରଫ କଥିତ ଆତଙ୍କବାଦୀ ଖୁଲାସା କରିଛନ୍ତି ଯେ ସେମାନେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ହମଲା କରିବାକୁ ଟାର୍ଗେଟ ରଖିଥିଲେ। ଏନେଇ ସେମାନେ ଅନେକ ସ୍ଥାନରେ ତଦାରଖ କରିଥିଲେ ଏବଂ ଅନେକ ସ୍ଥାନ ତଦାରଖ କରିବା ବାକି ଥିଲା। ଏଥିରେ ମୁମ୍ବାଇର ଜନଗହଳିପୂର୍ଣ୍ଣ ଅଞ୍ଚଳ, ଟ୍ରେନ, ବଡ ବଡ ମନ୍ଦିର ଓ ଉତ୍ତର ପ୍ରଦେଶର ଅନେକ ସହର ଓ ପଡିଆ ସାମିଲ ଅଛି। ଏହି ପଡିଆମାନଙ୍କରେ ନିର୍ବାଚନ ରାଲି ହେବାରଥିଲା। ଯାଞ୍ଚ ଏଜେନ୍ସି ଆଶଙ୍କା କରିଛି ଯେ ନିର୍ବାଚନ ମଧ୍ୟ ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା।

ସ୍ପେଶାଲ ସେଲ ସୂତ୍ର ଅନୁଯାୟୀ, ଆତଙ୍କବାଦୀ ଜିଶାନ ଓ ଓସାମା କହିଛନ୍ତି ଯେ ଟଙ୍କା ପ୍ରତି ତାଙ୍କର ଲୋଭ ନଥିଲା। କେବଳ ଜିହାଦ ପାଇଁ ସେମାନେ ପାକିସ୍ତାନ ପ୍ରଶିକ୍ଷଣ ପାଇଁ ଯାଇଥିଲେ। ଦୁଇ ଆତଙ୍କବାଦୀ କହିଛନ୍ତି ଯେ ଦୁହେଁ ପାକିସ୍ତାନରେ ଟ୍ରେନିଂ ନେବା ସମୟରେ ଯେଉଁ ଫାର୍ମ ହାଉସରେ ରଖାଯାଇଥିଲା ସେଠାରେ ପାକିସ୍ତାନ ସେନାର ଲୋକେ ନକଲି ନାମ ଓ ନକଲି ପଦବୀ ବ୍ୟବହାର କରିଥିଲେ। ସିଭିଲ ପୋଷାକରେ ଦୁହିଁଙ୍କୁ ଫାର୍ମ ହାଉସରେ ପହଞ୍ଚିଥିବା ବ୍ୟକ୍ତି ଜଣକ ଅସଲି ସେନା ଅଧିକାରୀ ଥିଲେ।

ପଚରାଉଚୁରା ବେଳେ ଦୁଇ କଥିତ ଆତଙ୍କବାଦୀ ଖୁଲାସା କରିଛନ୍ତି ଯେ ସିଭିଲ ପୋଷାକରେ ଥିବା ବ୍ୟକ୍ତିକୁ ଫାର୍ମ ହାଉସରେ ସଲାମ କରାଯାଉଥିଲା। କିନ୍ତୁ ପାକିସ୍ତାନ ସେନା ପୋଷାକରେ ଥିବା ଲୋକ ISI ରେ ବହୁତ ତଳିଆ ରେଙ୍କର ଥିଲେ। ସେଥିପାଇଁ ସେନା ପୋଷାକ ରେ ଥିଲେ ମଧ୍ୟ ତାଙ୍କୁ କେହି ସଲାମ କରୁନଥିଲେ। ଦୁହେଁ କହିଛନ୍ତି ଯେ, ଟ୍ରେନିଂ ସମୟରେ Ak-47 ଖୋଲିବା, ବନ୍ଦ କରିବା, ଚଲାଇବା, ଚାଇନିଜ ପିସ୍ତଲ ଖୋଲିବା ବନ୍ଦ କରିବା, ଆଇଇଡି ତିଆରି କରିବା, ତାକୁ ପ୍ଲାଣ୍ଟ କରିବା, ବୋମା ପ୍ଲାଣ୍ଟ ସମୟରେ ଯଦି କେହି ତାଙ୍କୁ ସନ୍ଦେହ କରେ ତାକୁ କିଭଳି ଛୋଟ ଅସ୍ତ୍ରରେ ଆହତ କରି ସେଠାରୁ ଫେରାର ହେବାକୁ ସେ ସବୁ ଶିକ୍ଷା ଦିଆଯାଇଥିଲା। ମଉକା ପାଇଲେ ବିନା ଅସ୍ତ୍ରରେ କିଭଳି ଟାର୍ଗେଟକୁ ହତ୍ୟା କରାଯିବ, ଯଦି ଜନଗହଳିପୂର୍ଣ୍ଣ ଅଞ୍ଚଳରେ କେହି ପିଛା କରେ ତାହେଲେ ହୋଟେଲ, ରେସ୍ତୋରାଁରେ କିଭଳି ଲୁଚିବାକୁ ସେସବୁ ମଧ୍ୟ ଶିକ୍ଷା ଦିଆଯାଇଥିଲା।

   Related Posts