Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପାକ ଆତଙ୍କୀ ଶିବିରରେ କରୋନା : ପ୍ରଭାବିତ ପ୍ରଶିକ୍ଷକଙ୍କ ମୃତ୍ୟୁ ସମ୍ଭାବନା

21/05/2020 at 10:39 AM

ଶ୍ରୀନଗର ୨୧/୦୫ : ଜାମ୍ମୁ କାଶ୍ମୀର ପୋଲିସର ମହାନିର୍ଦେଶକ ଦୀଲବାଗ ସିଂହ କହିଛନ୍ତି ଯେ ପାକିସ୍ତାନ ଅଧିନସ୍ଥ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରରେ କରୋନା ଭାଇରସ ପହଞ୍ଚି ସାରିଛି | ଆତଙ୍କବାଦୀ ଶିବିରରେ ପ୍ରଶିକ୍ଷଣ ପାଉଥିବା କିଛି ଆତଙ୍କବାଦୀଙ୍କର କରୋନାରେ ମୃତ୍ୟୁ ମଧ୍ୟ ହୋଇଛି | ପିଓକେ ସ୍ଥିତ ଶିବିରରେ ଜଣେ ଆତଙ୍କବାଦୀର କଥାବାର୍ତ୍ତା ରେକର୍ଡ କରାଯାଇଥିଲା | ସେହି ରେକଡିଂ ଆଧାରରେ ଦୀଲବାଗ ସିଂହ କହିଛନ୍ତି ଯେ, ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ପଶି ଏହି ଘାତକ ଭାଇରସକୁ ବିସ୍ତାର କରିବାର ଭୟ ରହିଛି | ଜଣେ ପ୍ରଶିକ୍ଷକ କାଶ୍ମୀରରେ ରହୁଥିବା ତାର ପରିବାର ସହ ଫୋନ ଯୋଗେ କଥାବାର୍ତ୍ତା କରିଥିଲା | ପାକିସ୍ତାନରେ ସଂକ୍ରମିତ ଆତଙ୍କବାଦୀଙ୍କୁ କାଶ୍ମୀରକୁ ପଠାଇବାକୁ ଗୁଇନ୍ଦା ସଂସ୍ଥା ସହ ଆଲୋଚନା ହେବାପରେ ଡିଜିପି ଏନେଇ ବୟାନ ଦେଇଛନ୍ତି |

ଡିଜିପି କହିଛନ୍ତି ଯେ, ଜଣେ ଛାତ୍ର ଯିଏ ପାକିସ୍ତାନର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରରେ ଶିକ୍ଷା ନେଉଛି ସେ ତା ପରିବାର ସହ ଫୋନରେ କଥା ହେଉଥିଲା ଯେ କାଶ୍ମୀରର କିଛି ଆତଙ୍କବାଦୀ କୋଭିଡ-୧୯ ରେ ସଂକ୍ରମିତ ହୋଇଛନ୍ତି | ଶିବିରରେ ଆତଙ୍କବାଦୀ ଶିକ୍ଷା ଗ୍ରହଣ କରୁଥିବା କିଛି ଛାତ୍ରଙ୍କର ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ସେ ତା ପରିବାର ଲୋକଙ୍କୁ କହିଥିଲା | କିନ୍ତୁ ଏଥିପାଇଁ ଏକହିଁ ମଧ୍ୟ ଚିନ୍ତିତ ନୁହନ୍ତି ବୋଲି ସେ କହିଥିଲା | ସେ କହିଥିଲା ଯେ ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ଯଦି କାଶ୍ମୀର ଯାଆନ୍ତି ତାହେଲେ ତାଙ୍କ ସମ୍ପର୍କରେ ଆସି ଆହୁରି ଅନେକ ଲୋକ ସଂକ୍ରମଣର ଶିକାର ହୋଇପାରନ୍ତି | ଏହା ଗମ୍ଭୀର ଚିନ୍ତାର ବିଷୟ |

ଡିଜିପି କହିଛନ୍ତି ଯେ, ଆତଙ୍କବାଦୀ ଶିବିରରୁ ୨୫୦ ରୁ ୩୨୫ ଜଣ ଆତଙ୍କବାଦୀ ଜାମ୍ମୁ କାଶ୍ମୀର ଆସିବାକୁ ଚାହୁଁଛନ୍ତି | ସେମାନଙ୍କ ମଧ୍ୟରୁ ୨୪୦ ରୁ ଅଧିକ ଆତଙ୍କବାଦୀ ଆଭ୍ୟନ୍ତରୀଣ ଅଞ୍ଚଳରେ ସକ୍ରିୟ ଅଛନ୍ତି |  

   Related Posts