ଜାମ୍ମୁ କାଶ୍ମୀରର ସୋପିଅନରେ ଥାନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ; ଜଣେ ପୋଲିସ କର୍ମଚାରୀ ସହିଦ

Published By : Prameya-News7 Bureau | September 30, 2018 IST

ଦିଲ୍ଲୀ ୩୦/୯ : ଜାମ୍ମୁ କାଶ୍ମୀରର ସୋପିଅନ ଜିଲ୍ଲାରେ ଆତଙ୍କବାଦୀମାନେ ଏକ ଥାନା ଉପରକୁ ଆକ୍ରମଣ କରିଛନ୍ତି | ଆତଙ୍କବାଦୀଙ୍କ ଗ୍ରେନେଟ ମାଡରେ ଜଣେ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି | ସୂଚନାଯୋଗ୍ୟ ଯେ, ଆଜି ସକାଳେ ଆତଙ୍କବାଦୀମାନେ ଏକ ପୋଲିସ ଥାନା ଉପରକୁ ଗ୍ରେନେଟ ମାଡ କରିଥିଲେ | ପରେ ପରେ ସେମାନେ ଥାନା ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ | ଏଥିରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ | ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା | ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ସହିଦ ହୋଇଥିବା ଯବାନ ହେଲେ ସାଖୀ ମୋଇଦ୍ଦିନ | ଗୁଳିମାଡ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଘଟଣା ପରେ ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.