Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଶ୍ରୀନଗରରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ପୋଲିସକର୍ମୀ ଶହୀଦ

14/08/2020 at 10:29 AM

ଶ୍ରୀନଗର ୧୪।୮: ଜମ୍ମୁକାଶ୍ମୀରରେ ପୁଣି ଥରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଶୁକ୍ରବାର ସକାଳେ ଶ୍ରୀନଗର ନିକଟବର୍ତ୍ତୀ ନୌଗାମ୍ ବାଇପାସ୍ ରେ ପୋଲିସ ପାର୍ଟି ଉପରେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ଶହିଦ ହୋଇଛନ୍ତି । ଏହି ଆକ୍ରମଣ କେଉଁ ଆତଙ୍କବାଦୀମାନେ କରିଛନ୍ତି କି କେଉଁ ସଂଗଠନ ଏଥିରେ ସଂପୃକ୍ତ ତାହା ସ୍ପଷ୍ଟ ଜଣାପଡିନାହିଁ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଆତଙ୍କବାଦୀଙ୍କ ପକ୍ଷରୁ ପୋଲିସ ଟିମ୍ ଏବଂ ସୈନ୍ୟବାହିନୀ ଉପରେ ଆତଙ୍କବାଦୀମାନେ ଆକ୍ରମଣ ଘଟଣାମାନ ବହୁ ମାତ୍ରାରେ ଘଟୁଛି । ଦୁଇ ଦିନ ପୂର୍ବରୁ ବାରମୂଳା ସୋପୋରରେ ସୈନ୍ୟବାହିନୀ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିଲେ ।

ଆତଙ୍କବାଦୀଙ୍କ ପକ୍ଷରୁ ସେନା-ସିଆରପିଏଫ ଏବଂ ଜମ୍ମୁ-କାଶ୍ମୀର ପୋଲିସ ପାର୍ଟି ଉପରେ ଆକ୍ରମଣ କରାଯାଇଥିଲା । ଆତଙ୍କବାଦୀମାନଙ୍କ ପକ୍ଷରୁ ବାରମ୍ବାର ଗୁଳିବିନିମୟ କରାଯାଇଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ଲୁଚି ପଳାଇବାରେ ସଫଳ ହୋଇଥିଲେ ।

   Related Posts