ଷ୍ଟକ୍ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କବାଦୀ ଆକ୍ରମଣ : ୫ମୃତ,୩ଗୁରୁତର

Published By : Prameya-News7 Bureau | June 29, 2020 IST

କରାଚୀ ୨୯/୬: କରାଚୀ ସ୍ଥିତ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୋମବାର ପାକିସ୍ତାନର ଷ୍ଟକ୍ ଏକ୍ସଚେଞ୍ଜ ବିଲଡିଂରେ ୪ଆତଙ୍କବାଦୀ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏବେ ଯାଏଁ ୨ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଗୁରୁତର ହୋଇଛନ୍ତି।

୪ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣ ନିହତ ହୋଇଥିବାବେଳେ ୨ଜଣ ଏବେବି କୋଠା ଭିତରେ ଲୁଚି ରହିଛନ୍ତି। ଆତଙ୍କବାଦୀମାନେ ଷ୍ଟକ୍ ଏକ୍ସଚେଞ୍ଜ୍ କୋଠାର ମେନ୍ ଗେଟରେ ଗ୍ରେନେଡ ମାଡ କରିଥିଲେ ଏବଂ ଆଖିବୁଜା ଗୁଳିମାଡ଼ କରି କୋଠା ଭିତରେ ପଶିଥିଲେ। ଏହି ଗୁଳିମାଡ଼ରେ ଜଣେ ପୋଲିସ୍ ଅଫିସର ଏବଂ ଜଣେ ସିକ୍ୟୁରିଟି ଗାର୍ଡ଼ ଆହତ ହୋଇଛନ୍ତି ।

ଘଟଣାସ୍ଥଳକୁ ପୋଲିସ୍ ଏବଂ ରେଞ୍ଜର୍ସର ଯବାନ ପହଞ୍ଚି ଯାଇଛନ୍ତି। ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜର ଆଖପାଖ ଅଞ୍ଚଳକୁ ଖାଲି କରି ଦିଆଯାଇଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହା ସହିତ ଷ୍ଟକ୍ ଏକ୍ସଚେଞ୍ଜରେ ଫସି ରହିଥିବା କର୍ମଚାରୀଙ୍କୁ ପଛ କବାଟରୁ ବାହାର କରି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.