ସିଆରପିଏଫ ଟ୍ରୁପ ଉପରେ ଆତଙ୍କବାଦୀ ହମଲା : ଦୁଇ ଯବାନ ସହିଦ, ଜଣେ ସାଧାରଣ ନାଗରିକ ମୃତ

Published By : Prameya-News7 Bureau | July 01, 2020 IST

ଶ୍ରୀନଗର ୧।୭: ଜାମ୍ମୁ କାଶ୍ମୀରର ସୋପୋରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଭେନ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ CRPF ୧୭୯ ବାଟାଲିୟନର ଦୁଇ ଜଣ ଜବାନ ନିହତ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ପାର୍ଟି ଉପରେ ଆକ୍ରମଣ କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ ଏକ CRPF ପାର୍ଟି ପାଟ୍ରୋଲିଂ ପାଇଁ ବାହାରକୁ ଯାଇଥିଲା । ରେବନ୍ ଅଞ୍ଚଳରେ CRPF ପାର୍ଟି ଉପରେ ଗୁଳିବିନିମୟ କରାଯାଇଥିଲା । ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟରେ ଦୁଇ ଜବାନଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁରକ୍ଷା ବାହିନୀର ଏକ ଅତିରିକ୍ତ କଣ୍ଟିଜେଣ୍ଟ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.