ଭୟଙ୍କର ଆତଙ୍କବାଦୀ ହମଲା : ୪୨ ଯବାନ ସହିଦ
14/02/2019 at 8:23 PM

ପୁଲୱାମା ୧୪/୨ : ଦୋହଲି ଯାଇଛି କାଶ୍ମୀର। ଆତଙ୍କବାଦୀଙ୍କ ବଡ ଧରଣର । ପୁଲୱାମା ଜିଲ୍ଲା ଅୱନ୍ତିପୋରା ହାଇୱେରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ଏକା ସାଙ୍ଗରେ ଯାଉଥିଲେ ୭୦ଟି ଗାଡ଼ି । ଗାଡ଼ିରେ ଥିଲେ ୨୫ ଶହ ସିଆରପିଏଫ ଯବାନ। ଜାମ୍ମୁର ସମସ୍ତେ ଯାଉଥିଲେ ଶ୍ରୀନଗର। ଅୱନ୍ତିପୁରା ନିକଟ ଜାତୀୟ ରାଜପଥରେ ଆତଙ୍କବାଦୀ କରିଥିଲେ ଜୋରଦାର ହମଲା। ଆଇଇଡି ବ୍ଲାଷ୍ଟ ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଦେଖନ୍ତୁ କେମିତି ଛିନଛତ୍ର ହୋଇଯାଇଛି ସେ ଇଲାକା । ଆକ୍ରମଣ ଯୋଗୁ ୪୨ ଯବାନ ସହିଦ ହୋଇଥିବା ବେଳେ ୪୫ ଯବାନ ଗୁରୁତର ଆହତ ହୋଇଛନ୍ତି।

ଜାମ୍ମୁ ଓ କାଶ୍ମୀର ପୁଲୱାମା ଜିଲ୍ଲାର ଅୱନ୍ତିପୋରା ଅଞ୍ଚଳରେ ବଡ ଧରଣର ଆତଙ୍କବାଦୀ ହମଲା । ସିଆରିପିଏଫ ଯବାନଙ୍କୁ ନେଇ ଯାଉଥିବା ଗାଡି ଉପରକୁ ଆତଙ୍କବାଦୀ ହମଲା କରିବାରୁ ୪୨ ଜଣ ଯବାନ ସହିଦ। ୪୫ ଆହତ । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା। ଜୈସ ଏ ମହମ୍ମଦ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ରାସ୍ତାରେ ଛିଡା ହୋଇଥିବା ଏକ କାରରେ ଆଇଇଡି ପ୍ଲାଣ୍ଟ କରାଯାଇଥିଲା। ଯବାନଙ୍କୁ ନେଇ ଯାଉଥିବା ଗାଡ଼ିଟି ଯେତେବେଳେ କାରକୁ ଅତିକ୍ରମ କରୁଥିଲା ସେତେବେଳେ ଏହି ବିସ୍ଫୋରଣ ହୋଇଥିଲା। ପରେ ଗାଡି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ ବି କରିଥିଲେ।
