Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆତଙ୍କ : ସ୍କୁଲରେ ଲଗାଇଲେ ନିଆଁ

2/11/2019 at 11:40 AM

 ଶ୍ରୀନଗର ୨।୧୧: ଜାମ୍ମୁକାଶ୍ମୀରରେ ମାତିଲେ ଆତଙ୍କୀ । ସୋପିଆଁ ଜିଲ୍ଲା ଅନ୍ତର୍ଗତ କୁମଦଲାନ୍ ଗାଁରେ ଥିବା ଏକ ସରକାରୀ ସ୍କୁଲ୍  ଘରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଛନ୍ତି ଆତଙ୍କବାଦୀ ।  । ସ୍କୁଲ୍  ଉପରକୁ ଆତଙ୍କବାଦୀମାନେ ପେଟ୍ରୋଲ୍ ବୋମା ଫିଙ୍ଗିବା ଦ୍ବାରା ସ୍କୁଲରେ ନିଆଁ ଲାଗି ଯାଇଥିଲା । ଶନିବାର ଦିନ ସ୍କୁଲରେ ବୋର୍ଡ ପରୀକ୍ଷା ହେବାର ଥିଲା ।

ଅକ୍ଟୋବର ୩୧ ତାରିଖରେ ଜାମ୍ମୁକାଶ୍ମୀର ବିଭାଜନ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି । ଆତଙ୍କବାଦୀଙ୍କ ଏ ଭଳି କାର୍ଯ୍ୟକଳାପ ଯୋଗୁଁ ପୁଣି ମ୍ମୁକାଶ୍ମୀରରେ କଟକଣା କଡାକଡି କରାଯାଇଛି । ଗତ କିଛି ଦିନ ମଧ୍ୟରେ ଏହା ହେଉଛି କାଶ୍ମୀରରେ ସ୍କୁଲ୍ ରେ ନିଆଁ ଲଗାଯିବାର ଦ୍ବିତୀୟ ଘଟଣା । କିଛି ଦିନ ତଳେ ପୁଲୱାମା ସ୍ଥିତ ଗୋଟିଏ ସ୍କୁଲ୍  ବାହାରେ ଗୁଳି ବିନିମୟ ଘଟିଥିଲା । ସେଠାରେ ପିଲାମାନେ ବୋର୍ଡ ପରୀକ୍ଷା ଦେଉଥିଲେ । କିଛି ଦିନ ଧରି ଆତଙ୍କବାଦୀମାନେ ସାଧାରଣ ଲୋକ ଏବଂ ସ୍କୁଲକୁ ଟାର୍ଗେଟ କରୁଛନ୍ତି । ଗତ କିଛି ଦିନ ଭିତରେ ବାହାର ରାଜ୍ୟର ବ୍ୟବସାୟୀ ଏବଂ ଟ୍ରକ ଡ୍ରାଇଭରଙ୍କୁ ଟାର୍ଗେଟ କରି ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଛନ୍ତି । ୩୭୦ ଉଚ୍ଛେ ପରେ ଘାଟିରେ  କଡା ସୁରକ୍ଷା ବଳୟ ରହିଛି । ତେଣୁ ବଡ ଧରଣର ଅଘଟଣ ଯୋଜନା ସଫଳ ହୋଇ ପାରୁନି । ତେଣୁ ସାଧାରଣ ଲୋକଙ୍କୁ ଆତଙ୍କୀମାନେ ନିଶାନା ବନାଉଛନ୍ତି ।

   Related Posts