ଡ୍ରାଗନକୁ ମହଙ୍ଗା ପଡିଲା ପାକ୍ ସହ ବନ୍ଧୁତା : ଚୀନ୍ ନାଗରିକ ଯାଉଥିବା ବସ୍ ଉଡାଇଲେ ଆତଙ୍କବାଦୀ, ୮ ମୃତ

Published By : Prameya-News7 Bureau | July 14, 2021 IST

ପାକିସ୍ତାନ ୧୪/୦୭ : ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ପାକିସ୍ତାନର ଉତ୍ତର ଭାଗରେ ଥିବା ଏକ ବସ୍‌ରେ ବିସ୍ଫୋରଣ ହେତୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଥାଉକି, ଚାଇନାର ନାଗରିକମାନେ ଏହି ବସ୍‌ରେ ଯାତ୍ରା କରୁଥିଲେ । ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଏହି ବସ୍ ଚାଇନାର ଇଞ୍ଜିନିୟରମାନଙ୍କୁ ଉପର କୋହିସ୍ତାନର ଡାସୁ ଡ୍ୟାମ୍ କୁ ନେଇ ଯାଉଥିଲା । ଏହି ସମୟରେ ବିସ୍ଫୋରଣ ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଏକାଧିକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ବସ୍‌ରେ ୩୦ ଜଣ ଇଞ୍ଜିନିୟର ଓ କର୍ମଚାରୀ ଥିଲେ । ଏହି ବସର ସୁରକ୍ଷା ଦାୟିତ୍ୱ ପାକିସ୍ତାନୀ ସୈନ୍ୟ ହାତରେ ଥିଲା । ହଠାତ୍ ବସରେ ବିସ୍ଫୋରଣ ହୋଇଥିଲା । ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.