ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ : ୧୨ ଯବାନ ମୃତ, ଅନେକଙ୍କୁ ଅପହରଣ କରିନେଲେ ଆତଙ୍କୀ

Published By : Prameya-News7 Bureau | July 13, 2021 IST

ଲାହୋର ୧୩/୦୭ : ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ପାକିସ୍ତାନର ଖେବର ପଙ୍ଖତୁନଙ୍ଖଓ୍ବା ଅଞ୍ଚଳରେ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ପାକିସ୍ତାନ ସେନାର ୧୧ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଜଣେ ସେନା କମାଣ୍ଡରଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହା ସହିତ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଶୁଣିବାକୁ ମିଳୁଛି ଯେ, ଆତଙ୍କବାଦୀମାନେ କିଛି ପାକିସ୍ତାନୀ ଯବାନଙ୍କୁ ଅପହରଣ କରି ନେଇଛନ୍ତି । ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ତେହରିକ୍‌-ଏ-ତାଲିବାନ୍‌ର ହାତ ଥିବା କୁହାଯାଉଛି । ଅଧିକ ଅପ୍‌ଡେଟ୍‌ ଉପରେ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.