Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଆଫଗାନୀସ୍ତାନରେ ଆମେରିକାସେନା ଗୁଳିରେ ମଲା ଆତଙ୍କବାଦୀ ଆସିଫ୍‌ ଉମର୍‌- ଭାରତ ସହ ଦକ୍ଷିଣ ଏସିଆ ଅଲ୍‌କାଏଦା ମୁଖ୍ୟ ଥିଲା

8/10/2019 at 9:11 PM

କାବୁଲ – ଭାରତ ସହ ଦକ୍ଷିଣ ଏସିଆର ଅଲ୍‌କାଏଦା ମୁଖ୍ୟ ଥିବା ଆସିଫ୍‌ ଉମର୍‌ ଆମେରିକା ଓ ଆଫଗାନୀସ୍ତାନର ମିଳିତ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛି । ଏହି ଆକ୍ରମଣରେ ଆହୁରି ଛ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆଫଗାନୀସ୍ତାନ ସରକାର ମଙ୍ଗଳବାରରେ ଏହି ସୂଚନା ଦେଇଛନ୍ତି । ଗତମାସରେ ଆମେରିକା ଓ ଆଫଗାନୀସ୍ତାନ ସେନା ପକ୍ଷରୁ ଏକ ଜଏଣ୍ଟ ଅପରେସନ୍‌ କରାଯାଇଥିଲା ।


ଆସିଫ ଉମର ଭାରତୀୟ ଉପମହାଦ୍ୱୀପରେ ଅଲ୍‌କାଏଦାର ମୁଖ୍ୟ ଥିଲା । ତାଲିବାନ୍‌ର ଏକ ଶିବିର ଉପରେ ଆକ୍ରମଣ ବେଳେ ଆସିଫ୍‌ ନିହତ ହୋଇଥିଲା । ଆଫଗାନୀସ୍ତାନର ହେଲମାଣ୍ଡ ପ୍ରଦେଶର ମୁସା କ୍ୱାଲା ଜିଲ୍ଲାରେ ଥିବା ତାଲିବାନ୍ ଶିବିରରେ ଥିବା ସମୟରେ ଆମେରିକା ଓ ଆଫଗାନୀସ୍ତାନ ସେନା ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏଥିରେ ଆସିଫର ମୃତ୍ୟୁ ହୋଇଛି ।


ଆସିଫ ପାକିସ୍ତାନରେ ଜନ୍ମ ହୋଇଥିଲା ବୋଲି ଆଫଗାନୀସ୍ତାନ ଜାତିୟ ସୁରକ୍ଷା ନିର୍ଦେଶକ ଉମର କହିଛନ୍ତି। କେତେକ ଖବରରେ ସେ ଭାରତରେ ଜନ୍ମ ହୋଇଥିବା କଥା ଦାବି କରାଯାଉଥିଲା ।

ଏଥିରେ ୪୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଇଛି । ଏଥିରେ ଅନେକ ମହିଳା ଓ ଶିଶୁ ଥିବା କଥା କେତକ ରିପୋର୍ଟରେ ଦାବି କରାଯାଇଛି ।

ମାତ୍ର ଆମେରିକା ସେନା ପକ୍ଷରୁ ଏ ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ ।

   Related Posts