Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଜାମ୍ମୁ-କାଶ୍ମୀରରେ ଆତଙ୍କୀବାଦୀ-ସେନା ଗୁଳି ବିନିମୟ, ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିହତ

13/06/2020 at 7:56 AM

ଶ୍ରୀନଗର ୧୩।୦୬:  ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଛନ୍ତି ଭାରତୀୟ ସେନା ।  ଜାମ୍ମୁ-କାଶ୍ମୀରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନ୍‌କାଉଣ୍ଟରେ ଦୁଇ ଆତଙ୍କୀ ମୃତ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ  ନିହତ ହୋଇଛନ୍ତି । ତେବେ ଉଭୟ କେଉଁ ଆତଙ୍କୀ ସଂଗଠନର ତାହା ଅସ୍ପଷ୍ଟ ରହିଛି । ଗତକାଲି କୁଲଗାମରେ ବିଳମ୍ବିତ ରାତିରେ ଆତଙ୍କୀ ଗତିବିଧି ନେଇ ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ପରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏନ୍‌କାଉଣ୍ଟରରେ ଦୁଇ ଆତଙ୍କୀ ନିହତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଅଧିକ ଆତଙ୍କୀ ଲୁଚି ରହିଥିବା ନେଇ ଟ୍ବିଟ କରି ସୂଚନା ଦେଇଛି କାଶ୍ମୀର ଜୋନ ପୋଲିସ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ନିଜର ନାପାକ ହରକତରୁ ସୁଧୁରୁନାହିଁ । ଦେଶରେ କରୋନା ଭାଇରସ ନେଇ ଚିନ୍ତା ଜାରି ରହିଥିବା ବେଳେ ସୀମାରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଶୁକ୍ରବାର ଦିନ ଉତ୍ତର କାଶ୍ମୀରର ଉରୀ ସେକ୍ଟରରେ ସ୍ଥାନୀୟ ଅଞ୍ଚଳକୁ ନଜରରେ ରଖି ଗୁଳିମାଡ କରିଥିଲା । ଏଥିରେ ଜଣେ ମହିଳଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ନାଗରିକ ଆହତ ହୋଇଛନ୍ତି । ସେପଚେ ପୁଞ୍ଚର କିରନୀ ସେକ୍ଚରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । କିନ୍ତୁ ସେନାର ଦୃଢ ଜବାବରେ ପାକିସ୍ତାନର ସମସ୍ତ ଚାଲ୍‌ ଫେଲ୍‌ ମାରିଥିଲା । ଦୁଇଟି ଯାକ ସେକ୍ଟରରେ ଭାରତ ପକ୍ଷରୁ ଜବାବ ଦିଆଯାଇଥିଲା । ଭାରତର ଯବାବରେ ପାକିସ୍ତାନ ୧୦ରୁ ଅଧିକ ସେନା ପୋଷ୍ଟ ନଷ୍ଟ ହୋଇଛି । ଭାରତର ଆକ୍ରମଣରେ ପାକିସ୍ତାନର କିଛି ସୈନ୍ୟ ମୃତାହତ ହୋଇଥିବା ଜଣାପଡିଛି । ଲଗାତାର କିଛି ଦିନ ହେଲା ପାକିସ୍ତାନା ପକ୍ଷରୁ ଅସ୍ତ୍ରବିରତି ଉଂଲଘନ କରାଯାଉଛି । ଯାହାର ଜବାବ ଭାରତୀୟ ସେନା ଦେଉଛନ୍ତି ।

   Related Posts