ସଂସଦ ହମଲାରେ ଫାଶୀ ମିଳିଥିବା ଆତଙ୍କବାଦୀ ଅଫଜଲ ଗୁରୁଙ୍କ ପୁଅଙ୍କୁ ମିଳିଲା ଆଧାର କାର୍ଡ : ବାପାଙ୍କ ଡାକ୍ତର ହେବାର ସ୍ବପ୍ନ ପୁରା କରିବ ପୁଅ

Published By : Prameya-News7 Bureau | March 05, 2019 IST

ଦିଲ୍ଲୀ ୫/୩ : ଭାରତ ସଂସଦରେ ହୋଇଥିବା ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁର ପୁଅ ଗାଲିବକୁ ଆଧାର କାର୍ଡ ମିଳିଛି | ଆଧାର ମିଳିବା ପରେ ଗାଲିବ ଖୁସି ଜାହିର କରିଛି | ସଂସଦରେ ହୋଇଥିବା ହମଲା ଯୋଗୁଁ ଦୋଷୀ ସାବ୍ୟସ୍ତ ହେବା ପରେ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା | ଗାଲିବର ବୟସ ୧୮ ବର୍ଷ | ଗୁଲସନାବାଦର ପାହାଡିଆ ଅଂଚଳରେ ମା ତବସୁମ ଏବଂ ଅଜାଙ୍କ ସହ ରୁହନ୍ତି ଗାଲିବ |

{"id":90749,"width":575,"height":431}


ଗାଲିବ ପାଖରେ ଭାରତୀୟ ପାସପୋର୍ଟ ମଧ୍ୟ ଥିବା କଥା ବୋଲି ସେ କହିଛନ୍ତି | ସେ କହିଛନ୍ତି ଯେ, ଯଦି ତାଙ୍କୁ ଭାରତୀୟ ପାସପୋର୍ଟ ମିଳେ ତାହେଲେ ସେ ଭାରତର ନାଗରିକ ଭାବେ ଗର୍ବ ଅନୁଭବ କରିବେ | ପାସପୋର୍ଟ ମିଳିଲେ ସେ ବିଦେଶକୁ ଯାଇ ପାଠ ପଢିପାରିବେ ବୋଲି କହିଛନ୍ତି | ଆସନ୍ତା ମେ ୫ ତାରିଖରେ ହେବାକୁ ଥିବା ମେଡିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି | ସେ ଭାରତର ମେଡିକାଲ କଲେଜରେ ପଢିବାକୁ ଚାହୁଁଛନ୍ତି |

{"id":90750}


ଗାଲିବ କହିଛନ୍ତି ଯେ, ସେ କେବଳ ନିଜ ବାପାଙ୍କ ସ୍ବପ୍ନ ପୁରା କରିବାକୁ ଚେଷ୍ଟା କରୁଛନ୍ତି | ତାଙ୍କ ବାପା ନିଜ ମେଡିକାଲ କ୍ୟାରିଅର ଆଗକୁ ବଢ଼ାଇ ପାରିନଥିଲେ | ସେଥିପାଇଁ ବାପାଙ୍କ ଅଧୁରା ସ୍ବପ୍ନ ପୁରା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି |
ଗାଲିବ କହିଛନ୍ତି ଯେ, ତାଙ୍କ ମା ତାଙ୍କୁ ଆତଙ୍କବାଦୀଙ୍କ ଠାରୁ ବଂଚେଇ ରଖିଛନ୍ତି ଯେମିତି ସେ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି ନ ହୋଇପାରିବ | ଯେଉଁ ପାକିସ୍ତାନୀ ଗାଲିବଙ୍କୁ ଆତଙ୍କୀ ସଂଗଠନରେ ଭର୍ତ୍ତି କରିବାକୁ ଚାହୁଁଥିଲେ ତାଙ୍କ ମା ଗାଲିବଙ୍କୁ ସେମାନଙ୍କ ନଜରରୁ ଲୁଚେଇ ରଖିଥିଲେ | ଅଫଜଲ ଗୁରୁ ସଂସଦରେ ହମଲା କରିବା ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦିଆଯାଇଥିଲା | କାଶ୍ମୀରରେ ଆତଙ୍କୀ ସଂଗଠନ ଅଫଜଲଙ୍କ ଫାଶୀକୁ ବିରୋଧ କରି ଯୁବକମାନଙ୍କୁ ଅସ୍ତ୍ର ଉଠାଇବା ପାଇଁ ବାଧ୍ୟ କରିଥିଲେ |

{"id":90751}


ଗାଲିବ ନିଜ ଜୀବନର ସବୁ ଶ୍ରେୟ ନିଜ ମା'ଙ୍କୁ ଦେଇଛନ୍ତି | ଗାଲିବଙ୍କ ଅଜା ଏବଂ ମା' କହିଛନ୍ତି ଯେ, ତାଙ୍କ ପରିବାରର କୌଣସି ସଦସ୍ୟ କାଶ୍ମୀର ପ୍ରସଙ୍ଗରେ କୌଣସି ମାମଲାରେ କେବେ ହେଲେ ଜଡିତ ହୋଇନାହାନ୍ତି | ବିଶେଷକରି ଆତଙ୍କବାଦ ମାମଲାରୁ ସବୁବେଳେ ଦୂରରେ ରହିଛନ୍ତି ଅଫଜଲଙ୍କ ପରିବାର |


ଗାଲିବ କହିଛନ୍ତି ଯେ, ସୁରକ୍ଷାକର୍ମୀଙ୍କ ତରଫରୁ ତାଙ୍କୁ କେବେ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ | ବରଂ ସୁରକ୍ଷାକର୍ମୀ ତାଙ୍କୁ ସବୁବେଳେ ଉତ୍ସାହିତ କରିଥାନ୍ତି ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.