Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଇସଲାମୀୟ ରାଷ୍ଟ୍ର ସଂଘରେ ମଧ୍ୟ ଏକ ଘରିକିଆ ହେଲା ପାକିସ୍ତାନ : ଭାରତ ପାଇଁ ଆଉ ଏକ କୂଟନୈତିକ ଜିତ୍

1/03/2019 at 5:02 PM

ଆବୁ ଧାବି ୧|୩: ଇସଲାମୀୟ ରାଷ୍ଟ୍ର ସଂଘରେ ଏକ ଘରିକିଆ ହୋଇଯାଇଛି ପାକିସ୍ତାନ।   ଆବୁଧାବିରେ ହେଉଥିବା ଅରଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନ ବା ଇସଲାମିକ ରାଷ୍ଟ୍ର ସଂଘ ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଯୋଗ ଦେଇଛନ୍ତି । ସୁଷମାଙ୍କୁ କାହିଁକି ଡକାଗଲା ବାଦ କରୁ ବୈଠକରୁ ଓହରିଥିଲା ପାକିସ୍ତାନ। କିନ୍ତୁ କେହି ତାକୁ ଡାକିନଥିଲେ। ଆଉ ବୈଠକରେ ସୁଷମା କହିଛନ୍ତି ଆତଙ୍କବାଦ ବିରୋଧରେ ଭାରତ ଆରମ୍ଭ କରିଥିବା ଲଢେଇ ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ

ଇସ୍‌ଲାମ ଦେଶ ବୋଲି ବିଶ୍ବପାପୀ କହିବୁଲୁଛି ପାକିସ୍ତାନ। କିନ୍ତୁ ସେହି ଇସ୍‌ଲାମୀୟ ରାଷ୍ଟ୍ରସଂଘରୁ ଏକଘରିକିଆ ହେଲା ପାକିସ୍ତାନ । ଆବୁଧାବିରେ ହେଉଥିବା ଇସଲାମିୟ ରାଷ୍ଟ୍ର ସଂଘ ବୈଠକରେ ପାକିସ୍ତାନର ସିଟ୍‌ ଖାଲି ପଡ଼ିଲା। କିନ୍ତୁ ବୈଠକକୁ ବୟକଟ କରି ଯୋଗଦେଲାନି ପାକିସ୍ତାନ। ଆଉ ବୈଠକରେ ଯୋଗ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଆତଙ୍କବାଦ ପ୍ରସଙ୍ଗରେ ବର୍ଷିଛନ୍ତି ।  ଆତଙ୍କବାଦ ବିଶ୍ବ ପାଇଁ ବିପଦ । ସବୁ ଦେଶ ଏହା ବିରୋଧରେ ଲଢେଇ କରିବା ଉଚିତ୍‌ । ଭାରତ ଆରମ୍ଭ କରିଥିବା ଆତଙ୍କବାଦ ବିରୋଧ ଲଢେଇ ଏହାର ମୂଳତ୍ପାଟ ପର୍ଯ୍ୟନ୍ତ ଜାରି ରହିବ । ପାକିସ୍ତାନର ନାଁ ନନେଇ ବର୍ଷିଛନ୍ତି ସୁଷମା।

ଭାରତ ପ୍ରଥମଥର ପାଇଁ ଏହି ବୈଠକରେ ଯୋଗଦେଇଛି ।ନିମନ୍ତ୍ରିତ ଅତିଥି ଭାବେ  ଭାରତ ଏଥିରେ ଯୋଗ ଦେଇଥିବା ବେଳେ ପାକିସ୍ତାନ ଛାତି ଜଳୁଥିଲା । ଭାରତ ଯୋଗଦେଲେ ପାକିସ୍ତାନ ଯୋଗ ଦେବନାହିଁ ବୋଲି କହିଥିଲା । ଏପରିକି ଭାରତକୁ ବୟକଟ କରିବା ଲାଗି ଚାପ ପକେଇଥିଲା। କିନ୍ତୁ ପାକିସ୍ତାନର କଥାକୁ ନା ଆୟୋଜକ ସଂଯୁକ୍ତ ଆରବ ନା ଅନ୍ୟ ଇସଲାମୀୟ ଦେଶ କେହିବି ଶୁଣିନଥିଲେ। ଆଉ ସୁଷମା ସେଠାରେ କହିଥିଲେ କୌଣସି ଧର୍ମ ବିରୋଧରେ ନୁହେଁ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ। ଆଉ ପାକିସ୍ତାନ ଏକଘରିକିଆ ହେବା ଭାରତ ପାଇଁ ଆଉ ଏକ କୂଟନୈତିକ ଜିତ୍‌।

ଚୀନରେ ଋଷ ଓ ଚୀନ ସହ ତ୍ରିପାକ୍ଷିକ ବୈଠକ ପରେ ଆବୁଧାବି ଯାଇଛନ୍ତି ସୁଷମା ସ୍ବରାଜ । ଏହି ବୈଠକରେ ୫୭ଟି ଇସଲାମିକ୍‌ ଦେଶ ଯୋଗଦେଇଥିବା ବେଳେ ସୁଷମା ୧୭ ମିନିଟିଆ ଅଭିଭାଷଣ ରଖିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ OIC ରେ ସୁଷମାଙ୍କ ଯୋଗଦେବା କୂଟନୈତିକ ଦୃଷ୍ଟିରୁ ଭାରତ ପାଇଁ ବଡ଼ ସଫଳତା ।

   Related Posts