ଜାମ୍ମୁ କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ

Published By : Prameya-News7 Bureau | September 12, 2019 IST

ଶ୍ରୀନଗର୧୨|୯: ଜାମ୍ମୁ  କାଶ୍ମୀରରେ ବଡ଼ ଧରଣର  ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ । କାଶ୍ମୀରରେ କିଛି ବଡ଼ ଅଘଟଣ  ଘଟାଇବା ପାଇଁ ଆତଙ୍କବାଦୀ ମାନେ ଷଡ଼ଯନ୍ତ୍ର କରିଥିବା ଏଥିରୁ ସ୍ପଷ୍ଟ ହୋଇଛି। ।ଜାମ୍ମୁ କାଶ୍ମୀର ପୋଲିସ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଏକେ-୫୬ ଓ ଏକେ ୪୭ ରାଇଫଲ୍‌ ଏବଂ ଗୁଳିଗୋଳା ଜବତ କରିଛି ।…

{"id":156736}

ଦେଖନ୍ତୁ ଏହି ଟ୍ରକକୁ । ସୁରକ୍ଷା ବାହିନୀର ଯାଞ୍ଚରୁ ଖସିଯାଇଥିଲେ ଏହି ଟ୍ରକ୍ ଦେଶର କେଉଁଠି ବି ସୃଷ୍ଟି କରିଥାନ୍ତା ମୃତ୍ୟୁର ତାଣ୍ଡବ  । କାରଣ ଏଥିରେ ଆସିଥିରେ କିଛି କୁଖ୍ୟାତ ଆତଙ୍କବାଦୀ। ସାଙ୍ଗରେ ଆଣିଥିଲେ ୪ଟି ଏକେ-୫୬ ଏବଂ ୨ଟି ଏକେ-୪୭ ରାଇଫଲ୍‌ ଏବଂ ବିପୁଳ ପରିମାଣରେ ଗୁଳିଗୋଳା । ଜାମ୍ମୁ କାଶ୍ମୀର-ପଞ୍ଜାବ ସୀମାନ୍ତ ଲଖନପୁରରୁ ଟ୍ରକ ଜବତ କରାଯିବା ସହିତ ୩ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।ଏହି ଟ୍ରକ୍‌ରେ ୬ଟି ମାଗାଜିନ୍‌ ଏବଂ ୧୮୦ଟି କ୍ୟାଟ୍ରିଜ୍‌ ମଧ୍ୟ ଜବତ କରାଯାଇଛି ।ଦେଖନ୍ତୁ କାଶ୍ମୀର ସେଉ ବ୍ୟବସାୟୀଙ୍କ ପାଇଁ କାଗଜ କାର୍ଟୁନ ଭିତରେ କେମିତି ଲୁଚାଇ ନିଆଯାଇଥିଲା ବିସ୍ଫୋରକ ସାମଗ୍ରୀ। …

{"id":156737}

ଗିରଫ ୩ ଆତଙ୍କବାଦୀ ଜୈସ-ଏ-ମହମ୍ମଦର ସଦସ୍ୟ ।ସେମାନେ ଏକ ନିର୍ଦ୍ଦିଷ୍ଟ ମଡ୍ୟୁଲରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି  । ସୁରକ୍ଷା ବାହିନୀ ପାଇଁ ଏହା ୨ ଦିନ ଭିତରେ ଦ୍ବିତୀୟ ବଡ଼ ସଫଳତା ।ବୁଧବାର ସୋପୋରରେ ଲସ୍କର-ଏ-ତୋଇବାର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଆସିଫ୍‌କୁ ସଫା କରିଥିଲେ ସୁରକ୍ଷାବାହିନୀ ।ଆସିଫ ସେଓ କାରିଗରମାନଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିଲା । ସେହିପରି ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ସହିତ ସେମାନଙ୍କୁ ସୂଚନା ପ୍ରଦାନ କରୁଥିବା ୮ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।…

{"id":156738}

ଧାରା ୩୭୦ ଉଚ୍ଛେଦ ପରେ ନିଜର ସତ୍ତା ହରାଇବା ଆଶଙ୍କାରେ ଆତଙ୍କବାଦୀ ମାନେ ଏବେ ରାମ୍ପି ବିଦାରି ହେଲେଣି। ସେପେଟ ମୁଣ୍ଡ ବୁଲାଉଥିବା ପାକିସ୍ତାନ ତାର ଆକା ମାସୁଦ ଆଝାରକୁ ଖଲାସ ବି କରିଛି। କିନ୍ତୁ ଭାରତ ଚେତେଇ ଦେଇଛି କିଛି ହରକତ କଲେ କରାରା ଜବାବ ମିଳିବ।  

{"id":156739}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.