Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଥମୁନି ହାତୀ ଆତଙ୍କ, ଗାଁରେ ପଶି ଭାଙ୍ଗି ଦେଲେ ଘର-ଦ୍ବାର, ନଷ୍ଟଭ୍ରଷ୍ଟ କରି ଦେଲେ ଧାନ-ଚାଉଳ

4/01/2021 at 9:37 AM

କରଞ୍ଜିଆ୪/୧: ଥମୁନି ହାତୀ ଆତଙ୍କ। କରଞ୍ଜିଆ ଉପଖଣ୍ଡରେ ବାରମ୍ବାର ହାତୀ ଆତଙ୍କ ଦେଖିବାକୁ ମିଳୁଛି। ଗତକାଲି ବିଳମ୍ବିତ ରାତିରେ ଦୁଧିଆଣି ରେଞ୍ଜ ଅଧୀନରେ ଥିବା ପିଛୁଳି ଗାଁରେ ୨୩ ଟିକିଆ ଝାଡ଼ଖଣ୍ଡି  ହାତୀ ଉପଦ୍ରବ ଦେଖିବାକୁ ମିଳିଛି।  ୨ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି।ଲୋକେ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀ ଗାଁରେ ପହଞ୍ଚି ହାତୀପଲଙ୍କୁ ଘଉଡାଇବା କାର୍ଯ୍ୟ ଜାରି ରଖିଛନ୍ତି।

ବର୍ତ୍ତମାନ ପୁରୁଣା ଦେଓଗାଁ ଗାଁ ନିକଟରେ ଥିବା ଜଙ୍ଗଲରେ ୨୩ ଟି ହାତୀ ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି।ଚଳିତ ବର୍ଷ ହାତୀ ଆକ୍ରମଣରେ ବହୁ ଲୋକଙ୍କ ଜୀବନ ଯାଇଛି। ଗତକାଲି ବୁଗୁଡା ନିକଟସ୍ଥ ଏକ ମଠରେ ଥିବା ଚୈତନ୍ୟ ବାବାଙ୍କୁ ହାତୀ ଆକ୍ରମଣ କରିଥିଲେ। ଶୁଣ୍ଢରେ ଟେକି ନେଇ କଚାଡି ଦେଇଥିଲା। ବାବାଙ୍କ ବାମ ଗୋଡ ଜଙ୍ଘର ହାଡ଼ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

   Related Posts