ହିଞ୍ଜିଳି: ବଣୁଆ ହାତୀ ଆତଙ୍କରେ ସ୍ଥାନୀୟ ଲୋକେ ଆତଙ୍କିତ
14/01/2021 at 5:34 PM

ହିଞ୍ଜିଳି୧୪/୧: ପୁଣି ବଣୁଆ ହାତୀ ଆତଙ୍କ। ହିଞ୍ଜିଳି ଏବଂ କୁକୁଡା ଖଣ୍ଡି ବ୍ଲକରେ ଦୀର୍ଘ ପାଞ୍ଚ ଦିନ ହେବ ବଣୁଆ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଧାନ ଖାଇବା ଆଶାରେ ହାତୀମାନେ କ୍ଷେତରେ ପଶୁଛନ୍ତି। ଯାହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ଏ ନେଇ ଫରେଷ୍ଟ ଅଫିସରଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଲେ ବି ଯୋଗାଯୋଗ ହୋଇପାରୁ ନାହିଁ। ଶେଷରେ ବାଧ୍ୟ ସ୍ଥାନୀୟ ଲୋକମାନେ ବଣୁଆ ହାତୀଙ୍କୁ ଘଉଡାଇଛନ୍ତି। ୧୪ ଟିକିଆ ବଣୁଆ ହାତୀପଲ ଆତଙ୍କରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି।