ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ

Published By : Prameya-News7 Bureau | February 26, 2021 IST

ନୀଳଗିରି୨୫/୨: ନୀଳଗିରି ସହର ମୁହାଁ କୁଳଡିହା ହାତୀ। ହାତୀ ଆତଙ୍କରେ ଭୟଭୀତ ଅଞ୍ଚଳବାସୀ। ଏହା ଦିନ ଅଧିଆ  କଥା ନୁହେଁ, ପ୍ରତିଦିନ ହାତୀମାନେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି। କୌଣସି ପରିସ୍ଥିତିରେ ହାତୀ ଆକ୍ରମଣରେ କାହାର ଜୀବନ ଚାଲି ଯାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ନୀଳଗିରି କୁଳଡିହା ଅଭୟାରଣ୍ୟରୁ ହାତୀ ପଲ ଏବେ ଆସି ଗାଁ ଭିତରକୁ ପ୍ରବେଶ କଲେଣି। କିଛିଦିନ ଧରି ଜାଉଁରୀ ,ବେତଶୂଳ,ଛୋଟ କାନପୁର ଅଞ୍ଚଳରେ ହାତୀପଲ ଆସି ଧାନ ଚାଉଳ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁଛନ୍ତି। ଗତକାଲି ମଧ୍ୟ ରାତିରେ ବେତଶୁଳ ଅଞ୍ଚଳରେ ହାତୀ ପଶି ବ୍ୟାପକ ଉପଦ୍ରବ କରିଛନ୍ତି। ଆଜି ମଧ୍ୟ ଦୁଇଟି ହାତୀ କୁଳଡିହା ଅଭୟାରଣ୍ୟରୁ ଆସି ମିରିଗିଣୀ ପାର ହୋଇ ନୀଳଗିରି ସହର ନିକଟ ଘାଟ ଘର ସାହି ଅଞ୍ଚଳରେ ପହଞ୍ଚିଥିଲେ।

ଅଞ୍ଚଳବାସୀ ଭୟଭୀତ ହୋଇପଡିଥିବା ବେଳେ କାଳେ ହାତୀ ଗାଁରେ ଉପଦ୍ରବ କରିବ ଏ ନେଇ ଗ୍ରାମବାସୀମାନେ ମିଳିତ ଭାବେ ଟର୍ଚ୍ଚ ପକାଇ ନିଆଁ ଜାଳି ଘଉଡାବା ପାଇଁ ଚେଷ୍ଟା କରିଥିଲେ। ହାତୀ ଦୁଇଟି ପଛ ଘୁଞ୍ଚା ଦେବା ପରିବର୍ତ୍ତେ ପାଖରେ ହୋଇଥିବା ପରିବା ଫସଲରେ ଉପଦ୍ରବ କରିଥିଲେ।ଗୋଟେ ବିଶାଳ ଦନ୍ତା ଓ ଗୋଟେ ମାଈ ହାତୀଥିବା ବେଳେ ସହର ମୁହାଁ ହାତୀ ଆସିବା ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ନୀଳଗିରି ବନ ବିଭାଗ ଖବର ପାଇ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.