Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ବୁଲା କୁକୁରଙ୍କ ଆତଙ୍କ: ଅଚାନକ ଗାଁରେ ପଶୁଛନ୍ତି, ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଛନ୍ତି, ୮ ଆହତ, ୨ ଗୁରୁତର

8/11/2020 at 5:19 PM

କଳାହାଣ୍ଡି୮/୧୧: ବୁଲା କୁକୁର ଆତଙ୍କ । ଏହି ବୁଲା କୁକୁରଙ୍କ କାମୁଡାରେ ୮ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର।ମିଳିଥିବା ସୂଚନା ମୁତାବକ,  ଧର୍ମଗଡ଼ ବ୍ଲକ ଧଆଁରପୁର ପଞ୍ଚାୟତରେ ୮ ଜଣ ଆହତ ବ୍ୟକ୍ତିଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ୨ ଗୁରୁତରଙ୍କୁ ଭବାନୀ ପାଟଣା ମୁଖ୍ୟ ଚିତ୍ସାଳୟରେ ଭର୍ତ୍ତି କରାଯାଇଛି।ଭାଲୁଚୁଆଁ ଗାଁର  ୮ ବର୍ଷୀୟ ବାଳକ ଗାଧୋଇବାକୁ ଯିବା ବେଳେ ବୁଲା କୁକୁର ତାଙ୍କୁ ଆକ୍ରମଣ ବା କାମୁଡି ଦେଇଥିଲା।

 ପୁଣି ଗାଁ ଭିତରେ ପଶି ଅନ୍ୟ ଜଣେ ପାଞ୍ଚ ବର୍ଷୀୟ ଶିଶୁ ସମେତ ତିନି ଜଣ ବ୍ୟକ୍ତିଙ୍କୁ  ଗୋଡ଼ାଇ ଗୋଡ଼ାଇ କାମୁଡି ଥିଲା। ସେହିପରି ଧଅଁରପୁର ଗାଁରେ ୩ ଜଣ ବୁଲା କୁକୁର ଆକ୍ରମଣର ଶୀକାର ହୋଇଛନ୍ତି।   ସେହିପରି ୧୮ ବର୍ଷୀୟା ଯୁବତୀ ଓ ପନ୍ଦର ବର୍ଷୀୟ ବାଳକ ସହ  ଆଉ ଜଣେ ବ୍ୟକ୍ତିଙ୍କୁ  ମଧ୍ୟ ବୁଲା କୁକୁର କାମୁଡି ଥିଲା।

   Related Posts