Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପିଲା ଚୋର ଆତଙ୍କ: ସନ୍ଦେହରେ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ, ସନ୍ଦିଗ୍ଧଙ୍କଠୁ ଅଖା- ବ୍ଲେଡ୍‌ ଜବତ

27/01/2021 at 5:06 PM

ଢ଼େଙ୍କାନାଳ୨୭/୧: ରାଜ୍ୟରେ ପିଲା​‌ ଚୋର ଆତଙ୍କ। ପିଲା ଚୋର ସନ୍ଦେହରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଖାଲି ସେତିକି ନୁହେଁ, ସନ୍ଦିଗ୍ଧ ବ୍ୟକ୍ତିଙ୍କଠାରୁ ଅଖା ଏବଂ ବ୍ଲେଡ୍‌ ମଧ୍ୟ ଜବତ ହୋଇଛି। ଢ଼େଙ୍କାନାଳ ଜିଲ୍ଲା ସଦହ ଥାନା ଅନ୍ତର୍ଗତ କଙ୍କଡାହାଡ ପଞ୍ଚାୟତର ନମିଚିରା ଅଞ୍ଚଳରେ ଏହି ବ୍ୟକ୍ତିଙ୍କୁ ଗ୍ରାମୀବାସୀ କାବୁ କରିଛନ୍ତି। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଢ଼େଙ୍କାନାଳ ଥାନା ଅଧିକ କଙ୍କଡାହାଡ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଏ ନେଇ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ପରେ ଭାପୁର ପାଣ୍ଡି ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା।  ଏହି ଘଟଣାକୁ ଭାପୁର ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, କଙ୍କଡାହାଡ ପଞ୍ଚାୟତ ନମିଚିରା ନିକଟରେ ଥିବା ଏକ କ୍ରସର ନିକଟରରୁ ଗାଁ ଅଭିମୁଖେ ଏହି ବ୍ୟକ୍ତି ଯାଉଥିଲେ।  ଏହି ବ୍ୟକ୍ତିର କାର୍ଯ୍ୟାକଳାପ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ଏହି ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଡାକିବାରୁ ସେ ଖସି ଯିବାକୁ ଚେଷ୍ଟା କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।

   Related Posts