ଦାଣ୍ଡରେ ବୁଲୁଛି ଭାଲୁ, ମହୁଫେଣା ପାଇଁ ଗାଁ ମୁହାଁ

Published By : Prameya-News7 Bureau | February 25, 2021 IST

ଆନନ୍ଦପୁର୨୫/୨: ଦାଣ୍ଡରେ ବୁଲୁଛି ଭାଲୁ। ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ସ୍ଥାନୀୟ ଲୋକେ। ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଘସିପୁରା ବ୍ଲକ ପୁରୁଣାବାନ୍ଦୋଗଡା ଗାଁରେ ଭାଲୁ ଆତଙ୍କ ଖେଳି ଦେଇଛି। ଗାଁ ଲୋକଙ୍କ କହିବା ମୁତାବକ, ଗତ କିଛିଦିନ ହେବ ଗାଁ ଭିତରକୁ ଭାଲୁ ନିୟମିତ ଭାବେ ପଶୁଛନ୍ତି। ଗାଁରେ ଆତଙ୍କ ଖେଳାଉଛନ୍ତି। କେତେବେଳେ କାହା ବାଡିରେ ପଶିଲେଣି ତ ପୁଣି କାହା ଘରେ ପଶିଲେଣି। ଏପରି କି ମନ୍ଦିର ଭିତରକୁ ଲୋକେ ଯିବାକୁ ଭୟ କରୁଛନ୍ତି। ଭାଲୁର ଆତଙ୍କ ଏତେ ବଢ଼ି ଯାଇଛି ଯେ, ଜଣଙ୍କ ପାଳିତ ବା ପୋଷା କୁକୁରକୁ କାମୁଡି ମାରି ଦେଇଛି। ଗାଁରେ ମହୁଫେଣା ହୋଇଥିବାରୁ ମହୁ ଖାଇବାକୁ ଭାଲୁ ଗାଁ ମୁହା ହୋଇଥିବା କୁହାଯାଉଛି।

 ସେପଟେ ବନ ବିଭାଗ କହିଛି ଯେ, ଭାଲୁ ଉପରେ ନଜର ରଖାଯାଇଛି। ସଂରକ୍ଷିତ ଜଙ୍ଗଲ ନିକଟରେ ଗାଁ ରହିଛି। ଯାହାଫଳରେ  ସହଜରେ ଭାଲୁମାନେ ଗାଁକୁ ପଶୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଭାଲୁ ଆକ୍ରମଣରେ କେହି କ୍ଷତାକ୍ତ ହୋଇନଥିବା ବନ ବିଭଗର କର୍ମଚାରୀ କହିଛନ୍ତି। କିନ୍ତୁ ଅନ୍ୟପଟେ ଗାଁ ଲୋକେ କହିଛନ୍ତି, ଭାଲୁ ଆକ୍ରମଣରେ କେହି କ୍ଷତାକ୍ତ ହେବା ପୂର୍ବରୁ ବନ ବିଭାଗ ସେ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.