କରୋନା ଡ଼ର ଭିତରେ ମଦ ବଢ଼ାଇଲା ଭୟ: କଲକତି ମଦ ପାଇଁ ଯାଜପୁରରେ ଆତଙ୍କ

Published By : Prameya-News7 Bureau | May 27, 2020 IST

ଯାଜପୁର୨୭/୫: ପଶ୍ଚମବଙ୍ଗ ସହ କରୋନା ଲିଙ୍କ ପରେ ଏବେ ମଦ ଲିଙ୍କ୍‌ର ଟେନସନ। କଟକଣା ଉଠିବା ପରେ ବି ଅନଲାଇନ୍ ମଦ ମିଳିବା ସମସ୍ୟା ବେଳେ ଚୋରା ବେପାରୀ ସକ୍ରିୟ। ଅସାଧୁ ମଦ ବେପାରୀଙ୍କ ବେଆଇନ କାରବାର ବଢ଼ିଛି। ସବୁଠୁ ବେଶି ଚିନ୍ତାଜନକ କୋଲକାତାରୁ ଆସୁଥିବା ଚୋରା ମଦ।

ରାଜ୍ୟରେ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ଲିଙ୍କ୍ ପଶ୍ଚିମବଙ୍ଗ ସହ ରହିଛି। କୋଲକାତାରୁ ଫେରିଥିବା ଅଧିକ ପ୍ରବାସୀ ଓଡ଼ିଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ଏବେ କଲକତି ମଦ ଯାଜପୁରରେ ଆତଙ୍କ ସୃଷ୍ଟି କରିଛି। ପଶ୍ଚିମବଙ୍ଗ ଲିଙ୍କ୍‌ରେ ବହୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଲାଗି ମୁଣ୍ଡ ବ୍ୟଥା କାରଣ ହୋଇଥିବା ବେଳେ କୋଲକାତା ବେଆଇନ ମଦ ବେପାର ଯାଜପୁରରେ ଦିନକୁ ଦିନ ବଢ଼ି ଚାଲିଛି।

{"id":277026,"sizeSlug":"large"}

ଲକଡାଉନ୍‌ ସମୟରେ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ଥିବା ବେଳେ କୋଲକାତାରୁ ପରିବା ଗାଡିରେ ବିଭିନ୍ନ ପ୍ରକାର ମଦ ଦୈନନ୍ଦିନ  ଆସୁଥିବା ସୂଚନା ପାଇଥିଲା ଅବକାରୀ ବିଭାଗ। ସବୁଦିନ ଭଲି ଆଜି ପରିବା ମାର୍କେଟକୁ ନେଇ ଆସିଥିବା ପିକଅପ୍  ପରିବା ଗାଡିକୁ ସିଜ କରିଛି ଅବକାରୀ ଅଧିକ୍ଷକ ରଜତ ପ୍ରହରାଜଙ୍କ ନେତୃତ୍ବରେ ଯାଇଥିବା ଅବକାରୀ ଟିମ। ୪୫ ଲିଟର ମଦ ସହ ଗାଡିକୁ ଜବତ କରି ଜଣକୁ ଗିରଫ କରିଛି ଅବକାରୀ  ବିଭାଗ। ଯାଜପୁର ସହରକୁ କିପରି ବେଆଇନ ମଦ ଆସୁଥିଲା କାହା କାହା ସମ୍ପୃକ୍ତି ଅଛି ତାହାର ତଦନ୍ତ ଚାଲୁଥିବା କହିଛନ୍ତି ଅତିରିକ୍ତ ଅବକାରୀ ଅଧିକ୍ଷକ। .

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.