ଅଷ୍ଟ୍ରେଲିଆରେ ଭୟଙ୍କର ରୋଗ: ଶରୀରର ଯେଉଁ ସ୍ଥାନରେ ହେଉଛି କରି ଦେଉଛି କ୍ଷତାକ୍ତ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ ୨୬/୦୨: ବିଶ୍ୱରେ କରୋନାରୁ ଏପର୍ଯ୍ୟନ୍ତ ମୁକ୍ତି ମିଳି ନାହିଁ, କିନ୍ତୁ ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆରେ ଆଉ ଏକ ବଡ ବିପର୍ଯ୍ୟୟ ଦେଖାଦେଇଛି । ଅଷ୍ଟ୍ରେଲିଆର ଅନେକ ସ୍ଥାନରେ ଏଭଳି ଏକ ରୋଗ ବ୍ୟାପିଛି, ଯେଉଁଥିପାଇଁ ସେଠାରେ ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ଚେତାବନୀ ଦିଆଯାଇଛି । ଏହି ରୋଗ ଏତେ ବିପଦଜନକ ଯେ ଏଥିରେ ଶରୀରର ଯେଉଁ ଅଶଂ ପ୍ରଭାବିତ ହେଉଛି ସେଠାରୁ ଧିରେ ଧିରେ ମାଂସ କମିବାକୁ ଲାଗୁଛି ।

ଅଷ୍ଟ୍ରେଲିଆରେ ବ୍ୟାପିଥିବା ଏହି ରୋଗର ନାମ ବୁଋଲୀ ଅଲସର୍ । ଏହି ରୋଗ ହେବା ଦ୍ୱାରା ଶରୀରର ଅନେକ ଅଶଂରୁ ମାଂସ ଖାଇଯାଇଥାଏ । ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ଏହି ରୋଗ ଦେଖାଦେଇଛି । ଯାହା ପରେ ଆଖପାଖରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

PunjabKesari

ବୁଋଲୀ ଅଲସର୍ ନାମକ ଏହି ରୋଗ ପରିବେଶରେ ରହିଥିବା ମାଇକୋବ୍ୟାକ୍ଟେରିଅମ୍ ଅଲ୍ସରାନ୍ ବ୍ୟାକ୍ଟେରିୟା କାରଣରୁ ହୋଇଥାଏ । ଏଥି ସହିତ କିଛି ବିଶେଷଜ୍ଞ ଏହାର କାରଣ ମଶା ହୋଇଥାଇପାରେ ବୋଲି କହିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ମଶା ଯୋଗୁଁ ମଧ୍ୟ ଏହି ରୋଗ ଶୀଘ୍ର ବ୍ୟାପିଥାଏ । ତେଣୁ ମଶା ରୋକିବା ପାଇଁ ଶୀଘ୍ର କିଛି ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ଏହି ରୋଗ ଶରୀରର ଚର୍ମ ଉପରେ ଖରାପ ପ୍ରଭାବ ପକାଇବା ସହିତ ହାଡ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।  ଏହି ରୋଗରେ ପ୍ରଥମେ ଚର୍ମରେ ଲାଲ ରଙ୍ଗର ଚିହ୍ନ ହୋଇ ପରେ ଧିରେ ଧିରେ ସେହି ସ୍ଥାନରୁ ମାଂସ କମିଯାଇଥାଏ । ସୂଚନା ଅନୁଯାୟୀ, ଏହି ରୋଗରେ ସବୁଠାରୁ ଅଧିକ ଗୋଡ ପ୍ରଭାବିତ ହୋଇଥାଏ । ଏହି ରୋଗ ରୋଗୀକୁ ସଂକ୍ରମଣ କରିବାକୁ ପ୍ରାୟ ୪ ରୁ ୯ ମାସ ସମୟ ନେଇଥାଏ । ଅଷ୍ଟ୍ରେଲିଆରେ ଏମିତି ଅନେକ ଘଟଣା ଘଟିଛି ଯେଉଁଠାରେ ରୋଗୀ ଅକ୍ଷମତା ହେବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ରୋଗ କେଉଁଠାରୁ ଆରମ୍ଭ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.