ଆତଙ୍କବାଦ ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ, ୧୦ରୁ ଅଧିକ ମୃତ, ଅନେକ ଆହତ
7/10/2019 at 8:28 PM

ଜଲାଲାବାଦ: ଆଫଗାନିସ୍ତାନ ଜଲାଲାବାଦରେ ସୋମବାର ଆତଙ୍କବାଦୀ ବଡଧରଣର ବିସ୍ଫୋରଣ କରିଛନ୍ତି। ଫଳରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି। ଆତଙ୍କବାଦୀମାନେ ସେନା ଟ୍ରକକୁ ଲକ୍ଷ କରି ବିସ୍ଫୋରଣ କରିଛନ୍ତି। ଏଥିଲାଗି ସେମାନେ ପ୍ରଥମେ ବିସ୍ଫୋରକକୁ ରିକ୍ସାରେ ଲଦି ଠିକଣାରେ ପହଞ୍ଚାଇବା ପରେ ବିସ୍ଫୋରଣ କରିଛନ୍ତି।

ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ଲାଗି ଆତଙ୍କବାଦୀଙ୍କ ସହ ଆମେରିକା ଆଲୋଚନା ଚଳାଇଥିଲା। ତେବେ ଏହି ଆଲୋଚନା ବିଫଳ ହେବା ପରେ ଆତଙ୍କବାଦୀ ଦେଶରେ ଲାଗାତର ଆକ୍ରମଣ କରୁଛନ୍ତି। ଜଲାଲାବାଦ ବିସ୍ଫୋରଣ ମଧ୍ୟ ଏହି ଶୃଙ୍ଖଳାର ଏକ ଆକ୍ରମଣ ବୋଲି କୁହାଯାଉଛି। ଗତ ରବିବାର ଆଫଗାନିସ୍ତାନ ସେନା ତାହର ପ୍ରାନ୍ତରେ ଅଭିଯାନ ଚଳାଇଥିଲା। ଏଥିରେ ୮୯ ଜଣ ତାଲିବାନୀ ଆତଙ୍କବାଦୀଙ୍କ ମୃତ୍ୟ ହୋଇଥିବା ବେଳେ ୬୦ଜଣ ଆହତ ହୋଇଥିଲେ।
