ଟାଟୁ କରିବା ପୂର୍ବରୁ ଓ ପରେ ଏହି ସବୁ ବିଷୟରେ ରଖନ୍ତୁ ଧ୍ୟାନ, ନହେଲେ ପଡିପାରନ୍ତି ଅସୁବିଧାରେ

Published By : Prameya-News7 Bureau | September 20, 2019 IST

ଗତ କିଛି ବର୍ଷ ହେଲା ଯୁବପିଢୀଙ୍କ ମଧ୍ୟରେ ଟାଟୁ ଓ ପିଅର୍ସିଂ କ୍ରେଜ୍‌ ସବୁଠୁ ଅଧିକ ଦେଖିବାକୁ ମିଳିଛି। ହାତ, ଗୋଡ, ବେକ, ପିଠି, ଅଣ୍ଟାରେ ବିଭିନ୍ନ ଡିଜାଇନ୍‌ର ଟାଟୁ କରିବା ଦେଖିବା ପାଇଁ ଭଲ ହୋଇଥାଏ ସତ ହେଲେ ଟାଟୁ କରିବା କୌଣସି ସାଧାରଣ କଥା ନୁହେଁ। ଏହାର ବିଶେଷ ଧ୍ୟାନ ରଖିବା ଜରୁରୀ। କାରଣ ଏହା ଦ୍ବାରା ଶରୀରରେ ଖରାପ ପ୍ରଭାବ ପଡିପାରେ। ତେବେ ଟାଟୁ ସମ୍ବନ୍ଧୀୟ କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ବିଷୟରେ ଜାଣନ୍ତୁ।

{"id":160034,"width":562,"height":422}

୧-ଟାଟୁ ଟ୍ରେଣ୍ଡ ଯୋଗୁଁ ଆଜିକାଲି ପ୍ରତ୍ୟେକ ସ୍ଥାନରେ ଟାଟୁ ଆର୍ଟିଷ୍ଟ ଦେଖିବାକୁ ମିଳନ୍ତି। ହେଲେ ଏଣୁତେଣୁ ଟାଟୁ ମେକରଙ୍କଠାରୁ ନକରି ପର୍ଫେକ୍ଟ ଡିଜାଇନ ଓ ଫିନିଶିଂ ପାଇଁ ଜଣାସୁଣା ଏକ୍ସପର୍ଟ ପାଖରେ ଟାଟୁ କରିବା ଉଚିତ୍‌। କାରଣ ସେମାନଙ୍କ ପାଖରେ ଏହି ବିଷୟରେ ଅଧିକ ଜ୍ଞାନ ଥାଏ ।

୨-କମ୍ଫର୍ଟ କପଡା ପିନ୍ଧି ଟାଟୁ କରିବା ଜରୁରୀ।

୩- ଟାଟୁ କରିବା ପୂବ୪ରୁ ଟାଟୁ ଆର୍ଟିଷ୍ଟର ୱେବସାଇଟ୍‌ ଦେଖିବା ଉଚିତ୍‌।  

୪- ଆର୍ଟିଷ୍ଟଙ୍କୁ ଗ୍ଲୋଭ୍‌ସ ପିନ୍ଧି ଟାଟୁ କରିବା ପାଇଁ ପରାମର୍ଶ ଦେବା ଜରୁରୀ।

୫- ମଦ୍ୟପାନ କରି ଟାଟୁ କରିବା ଅନୁଚିତ୍‌।

{"id":160035}

୬- ସସ୍ତା ପାଇଁ ଲୋ କ୍ବାଲିଟି ଟାଟୁ କରିବା ସ୍କିନ ଉପରେ ଖରାପ ପ୍ରଭାବ ପକାଏ।

୭- ସିଂଗଲ ୟୁଜର ସିରିଂଜରେ ଟାଟୁ କରିବା ଉଚିତ୍‌।

୮- ସିରିଂଜର ଏକ୍ସପାୟରୀ ଡେଟ ଦେଖି ଟାଟୁ କରିବା ଆବଶ୍ୟକ।

୯- ଟେମ୍ପରାରି ଟାଟୁ ହେୟର ଡାଇ ଓ ଫେବିକଲ ଭଳି ପଦାର୍ଥରୁ ତିଆରି ହୋଇଥାଏ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

 ୧୦- ଖାଲି ପେଟରେ ଟାଟୁ କରିବା ଅନୁଚିତ୍‌।

{"id":160036}

ପ୍ରଫେସନାଲ ଟାଟୁ ଆର୍ଟିଷ୍ଟ ପାଖରେ ଡିଜାଇନ କରାଇବାର ଫାଇଦା ଏହା ଥାଏ ଯେ, ସେ ସ୍କିନ ଟାଇପକୁ ଧ୍ୟାନରେ ରଖି ପ୍ରଡକ୍ଟର ବ୍ୟୂବାର କରନ୍ତି। ସ୍କିନ ଅନୁସାରେ ଟାଟୁ କଲେ ଏଲେର୍ଜି ମଧ୍ୟ ହୋଇନଥାଏ। କାରଣ ଟାଟୁ କରିବା ପରେ ଏଣ୍ଟି ଏଲର୍ଜି କ୍ରିମ ଲଗାଇବା ପାଇଁ ସେମାନେ ପରାମର୍ଶ ଦିଅନ୍ତି। ଟାଟୁ ତ୍ବଚାରେ ଏକ ଦାଗ ଭଳି ହୋଇଥାଏ।

{"id":160037}

ଯାହା ସୁଖିବା ପାଇଁ ଗୋଟେ ସପ୍ତାହ ଲାଗେ। ଟାଟୁ ନସୁଖିବା ପର୍ଯ୍ୟନ୍ତ ଏଥିରେ ପାଣି, ଧୂଳି ଓ ସାବୁନରୁ ଦୂରେଇ ରଖିବା ଜରୁରୀ। ନହେଲେ ଏହା ସ୍କିନ୍‌ ଉପରେ ଖରାପ ପ୍ରଭାବ ପକାଏ। ଇନ୍‌ଫେକସନରୁ ରକ୍ଷା ପାଇବା ପାଇଁ ଟାଟୁ କରିବା ପରେ ଏହା ପତଳା ଜରିରେ ଢାଙ୍କି ରଖିବା ଉଚିତ୍‌। ଟାଟୁ କରିବା ପରେ ଏଲେର୍ଜି ହେଲେ ତୁରନ୍ତ ଡାକ୍ତଙ୍କୁ ଦେଖାଇବା ଆବଶ୍ୟକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.