କାଲିଠାରୁ ଆରମ୍ଭ ହେବ ବିମାନ ସେବା : ପ୍ରତିଦିନ ଉଡାଣ ଭରିବ ୨୦୦ ଫ୍ଲାଇଟ୍‌, ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା

Published By : Prameya-News7 Bureau | July 21, 2021 IST

ନୂଆଦିଲ୍ଲୀ ୨୧/୦୭ : ଦେଶରେ କରୋନା ସଂକ୍ରମଣ ହାର ଧିରେ ଧିରେ ଖସୁଛି । ଅନଲକ୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ ୨ରେ ଆରମ୍ଭ ହେବାକୁ ଯାଉଛି ବିମାନ ଚଳାଚଳ । ଗୁରୁବାର ରାତି ୧ଟା ପରଠାରୁ ଟର୍ମିନାଲ ୨ରେ ବିମାନ ଚଳାଚଳ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏହାକୁ ବନ୍ଦ କରିଦିଆଯାଇଥିଲା ।

ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ ୨ରେ ଆରମ୍ଭ ହେବାକୁ ଥିବା ବିମାନ ସେବାଗୁଡିକୁ ମଧ୍ୟରେ ୨୦୦୦-୨୯୯୯ ସିରିଜ୍‌ର ବିମାନ ଏବଂ ଗୋ ଏୟାରର ସମସ୍ତ ପ୍ଲାଇଟ୍‌ ଉଡାଣ ଭରିବ । ପ୍ରଥମ ଫ୍ଲାଇଟ୍‌ ରାତି ୩ ଟା ବେଳେ ଉଡାଣ ଭରିବ । ପ୍ରତିଦିନ ୨୦୦ ଫ୍ଲାଇଟ୍‌ ଉଡାଣ ଭରିବା ନେଇ ବିମାନବନ୍ଦର କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଯେଉଁଥିରେ ୧୦୦ଟି ବିମାନ ଆସିବ ଏବଂ ୧୦୦ଟି ବିମାନ ଟେକ୍‌ ଅଫ୍‌ କରିବ ବୋଲି କୁହାଯାଇଛି 

ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ପଦକ୍ଷେପ ନିଆଯିବ । ଅଗଷ୍ଟ ଶେଷ ସୁଦ୍ଧା ଟର୍ମିନାଲ ୨ରୁ ପ୍ରତିଦିନ ୨୮୦ ବିମାନ ଉଡାଣ ଭରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହା ସହିତ ପ୍ରତିଦିନ ସର୍ବାଧିକ ୨୫ ହଜାର ଯାତ୍ରୀ ଯିବା ଆସିବା ନେଇ ଗାଇଡଲାଇନ୍‌ ଜାରି କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ସୁବିଧା ମଧ୍ୟ କରାଯାଇଛି । ଏଥିପାଇଁ ୨୭ଟି ସ୍ବତନ୍ତ୍ର କାଉଣ୍ଟର ମଧ୍ୟ କରାଯାଇଛି । ଯେଉଁଥିରେ ୧୬ଟି କାଉଣ୍ଟର ଇଣ୍ଡିଗୋ ଏୟାରଲାଇନ୍ସର ହୋଇଥିବା ବେଳେ ୧୧ଟି ଗୋ ଏୟାରର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.