ହଳଦୀ ଭଳି ହଳଦୀ ପତ୍ରରେ ରହିଛି ବହୁ ଔଷଧୀୟ ଗୁଣ : କନ୍ଧମାଳରେ ହଳଦୀ ଚାଷୀ ଏବେ ବେଶ ଲାଭବାନ ହେଉଛନ୍ତି ହଳଦୀ ପତ୍ରରୁ ମଧ୍ୟ

Published By : Prameya-News7 Bureau | December 09, 2018 IST

ଫୁଲବାଣୀ ୯|୧୨: କନ୍ଧମାଳ ହଳଦୀ ତ ଘରେ ଘରେ ପରିଚିତ । ଏବେ ହଳଦୀ ପତ୍ରଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ହଳଦୀ ପତ୍ରରେ ପ୍ରସ୍ତୁତ ପିଠା  ଯେତିକି ସୁଆଦିଆ ଦେହପାଇଁ ମଧ୍ୟ ସେତିକି ହିତକର । ତେଣୁହଳଦୀ ପତ୍ର ଦେଖିବାମାତ୍ରେ ଗରାଖ ବିଡ଼ାଏ ଦିବିଡ଼ା ନେଉଛନ୍ତି । ସେପଟେ ପତ୍ର ବିକି ଚାଷୀ ବି ଦିପଇସା ରୋଜଗାର କରୁଛନ୍ତି ।  

{"id":62300}

କ୍ଷେତରେ ସବୁଜ ଛନ ଛନ ହଳଦୀ ପତ୍ର । କନ୍ଧମାଳ ହଳଦୀର ଚାହିଦା ବିଷୟରେତ ସମସ୍ତେ ଜାଣିଛନ୍ତି । କିନ୍ତୁ ଏବେ ଏଇ ପତ୍ର ବି ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ତେଣୁରାତି ପାହିଲା ମାତ୍ରେ ବିଲ ମୁହାଁ ଘରର ମହିଳାମାନେ । ପତ୍ର ତୋଳା ପରେ ଏହାକୁ ଭଲ ଭାବେ ସଫା କରିବିଡ଼ା କରୁଛନ୍ତି । ୧୦ଟି ହଳଦୀ ପତ୍ର ଥିବା ବିଡ଼ାକୁ ୨ ଟଙ୍କାରେ ବିକ୍ରି କରାଯାଉଛି । ଜିଲ୍ଲାବାହାରର ବ୍ୟବସାୟୀମାନେ ଗାଡ଼ି ନେଇ ଗାଁକୁ ଆସି  ହଳଦୀପତ୍ର ବିଡ଼ା ସଂଗ୍ରହ କରୁଛନ୍ତି । ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା,ବାଲେଶ୍ବର ଆଦି ଅଞ୍ଚଳରେ ଢେର ବିକ୍ରି ହେଉଛି ଏସବୁ ହଳଦୀ ପତ୍ର ।

{"id":62301}

ହଳଦୀ ପତ୍ରରେ ତିଆରି ପିଠା ପାଟିକୁ ସୁଆଦ । ଦେହ ପାଇଁ ବି ଭଲ । ତେଣୁହଳଦୀ ପତ୍ରର ଚାହିଦା ବଢୁଥିବା କହିଛନ୍ତି ବ୍ୟବସାୟୀ । ପୂର୍ବରୁ ପତ୍ରଗୁଡିକ ଆପେ ଆପେ ବିଲରେ ଶୁଖିନଷ୍ଟ ହେଉଥିଲା । ଏବେ 2/3 ବର୍ଷ ହେଲା ବ୍ୟବସାୟୀ ମାନେ କିଣି ନେଉଥିବାରୁ ମହିଳା ମାନେ ଭଲ ଦି ପଇସାରୋଜଗାର କରିପାରୁଛନ୍ତି । ଜଣେ ଜଣେ ମହିଳା ଦିନକୁ 2 ଶହ ଟଙ୍କା ରୋଜଗାର କରୁଛନ୍ତି ହଳଦୀ ପତ୍ର ବିକି। ପତ୍ର ବିକ୍ରି ଦିଗରେ ଜିଲ୍ଲାର ହଳଦୀ ସୋସାଇଟି 'କସମ' ଉଦ୍ୟମ ନିଶ୍ଚିତ ପ୍ରଶଂସନୀୟ ।  

ଚାଷୀଙ୍କ ଅର୍ଥନୈତିକ ବିକାଶ କ୍ଷେତ୍ରରେ କନ୍ଧମାଳ ହଳଦୀର ଭୂମିକା ଅନେକ।  ଆଗରୁ କେବଳ ହଳଦୀର ଚାହିଦା ଥିବାବେଳେ ଏବେ ପତ୍ରରଲୋକପ୍ରିୟତା ବଢ଼ିବା ଏକ ଶୁଭ ଖବର ନିଶ୍ଚିତ ।

{"id":62302}

ହଳଦୀ ଭଳି ହଳଦୀ ପତ୍ରର ମଧ୍ୟ ଔଷଧୀୟ ଗୁଣ ରହିଛି । ଯାହା ଏବେ ଧୀରେ ଧୀରେ ହଳଦୀ ପତ୍ରର ଚାହିଦାକୁ ବୃଦ୍ଧି କରିଛି । ସୌନ୍ଦର୍ଯ୍ୟ ବୃଦ୍ଧି କ୍ଷେତ୍ରରେ ହଳଦୀ ପତ୍ର ଏକ ଅମୋଘଦ୍ରବ୍ୟ । ହଳିଦୀପତ୍ରରେ ପ୍ୟାକ୍‌ କରି ମୁହଁରେ ଲେପ ଦେଲେ ତ୍ବଚା ସୁନ୍ଦର, ଉଜ୍ବଳ ଓ ଦାଗଶୂନ୍ୟ ହୋଇଥାଏ । ହଳିଦୀପତ୍ରର ରସ ଦ୍ବାରା ବାତ ରୋଗରୁ ଉପସମ ମିଳିଥାଏ । ଗ୍ୟାସ ଆଦି ସମସ୍ୟା ପାଇଁ ମଧ୍ୟଏହା ଅମୋଘ ଔଷଧ । ଧୀରେ ଧୀରେ ଲୋକମାନେ ଆୟୁର୍ବେଦ ଉପଚାର ପ୍ରତି ଆକୁଷ୍ଠ ହେବା ଫଳରେ ଏବେ ହଳଦୀପତ୍ର ଏକ ଅର୍ଥକାରୀ ଫସଲରେ ପରିଣତ ହେବାରେ ଲାଗିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.