ଏଲପିଜି ଗ୍ୟାସ ଲିକ୍‌ ହେଲେ ତୁରନ୍ତ କରନ୍ତୁ ଏହି କାମ, ନହେଲେ ପଡିପାରନ୍ତି ଅସୁବିଧାରେ

Published By : Prameya-News7 Bureau | September 27, 2019 IST

ସାଧାରଣତଃ ଭାରତୀୟ ରୋଷେଇ ଘରେ ଏଲ୍‌ପିଜି ସିଲିଣ୍ଡରର ବ୍ୟବହାର କରାଯାଏ। ଏହା ସହ ଅନେକ ଥର ଗ୍ୟାସ ଲିକ୍‌ ହେବା ଖବର ମଧ୍ୟ ସାମ୍ନାକୁ ଆସିଛି। ତେଣୁ ଯଦି ଗ୍ୟାସ ସିଲିଣ୍ଡର ବ୍ୟବହାର କରିବା ସମୟରେ ଧ୍ୟାନ ନଦିଆଯାଏ ତାହେଲେ ଛୋଟ ଭୁଲ ପାଇଁ କୌଣସି ବଡ ଦୁର୍ଘଟଣା ଘଟିପାରେ। କେବେ କାହା ସହ ଏଭଳି ଘଟଣା ନହେଉ । ତଥାପି ଏମିତି ପରିସ୍ଥିତିରେ ତୁରନ୍ତ ଏହି କାମ କଲେ ଜୀବନ ବଞ୍ଚିଯିବ। ଜାଣନ୍ତୁ ଏହି ଉପାୟ ବିଷୟରେ।

ପ୍ରାୟତଃ ଏଜେନ୍ସି ଗ୍ୟାସ କନେକ୍ସନ ନେବା ପରେ ଏହା ସମ୍ବନ୍ଧିତ ସତର୍କତା ବିଷୟରେ ଗ୍ରାହକଙ୍କୁ ସୂଚନା ଦେଇଦିଅନ୍ତି। ଏହା କେବଳ ଘରେ ରାନ୍ଧୁଥିବା ଲୋକଙ୍କୁ ନୁହେଁ ବରଂ ଘରର ପ୍ରତ୍ୟେକ ସଦସ୍ୟ ଏହି ବିଷୟରେ ଜାଣିବା ଉଚିତ୍‌।

୧- ସିଲିଣ୍ଡରକୁ ସବୁବେଳେ ସିଧା ରଖିବା ଉଚିତ୍‌। ଗ୍ୟାସ ଷ୍ଟୋଭ ଚୁଲା ସବୁବେଳେ ସିଲିଣ୍ଡରରୁ ଉପର ସ୍ଥାନରେ ରଖିବା ଜରୁରୀ। କବାଟ ଓ ଝରକା ପରଦା ପାଖାପାଖି ଗ୍ୟାସ ଷ୍ଟୋଭ ରଖିବା ଅନୁଚିତ୍‌। ଏହା ଦ୍ବାରା ଗ୍ୟାସ ସିଲିଣ୍ଡର ଲିକ୍‌ ହେଲେ ନିଆଁ ଲାଗିବା ସମ୍ଭାବନା ଅଧିକ ରହିବ। ରୋଷେଇଘରେ କେବେ ବି ରବର, ଝୋଟ, ଚଟାଇ, ଭଳି ନିଆ ଧରିବା ଜିନିଷ ରଖିବା ଅନୁଚିତ୍‌।

୨- ଗ୍ୟାସ୍‌ ଗନ୍ଧ ହେଲେ ସର୍ବପ୍ରଥମେ ଘରେ ଥିବା ଇଲେକ୍ଟ୍ରିକ ସ୍ବିଇଚ୍‌ ବନ୍ଦ କରିବା ଜରୁରୀ।

୩- ରୋଷେଇ ଘର ଓ ପୂରା ଘରର କବାଟ ଝରକା ଖୋଲିବା ଉଚିତ୍‌।

୪- ରେଗ୍ୟୁଲେଟର ବନ୍ଦ କରିଲା ପରେ ଗ୍ୟାସ ଲିକ୍‌ ହେଉଥିଲେ ସେଥିରେ ସେଫଟି କ୍ୟାପ୍‌ ଲଗାଇବା ଜରୁରୀ।

୫- ସେହି ସମୟରେ ଫ୍ୟାନ ଚଲାଇବା ଅନୁଚିତ୍‌।

୬- ଏଥିମଧ୍ୟରେ ନିଜ ଡିଲରକୁ ଯୋଗାଯୋଗ କରି ସ୍ଥିତି ବିଷୟରେ କହିଲେ ସେମାନେ ଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିବେ।

୭- ଗ୍ୟାସ ଲିକ୍‌ ହେଲେ ଆଖିରେ ଜଳାପେଡା ହେବ, ତେବେ ସେହି ସମୟରେ ଆଖିକୁ ଥଣ୍ଡା ପାଣିରେ ଧୋଇବା ଜରୁରୀ।

୮- ଗ୍ୟାସ ଲିକ ହେବା ସମୟରେ ମୁହଁରେ କପଡା ବାନ୍ଧିବା ଉଚିତ୍‌ ନହେଲେ ସମସ୍ୟା ବଢିଯିବ।

୯- ଗ୍ୟାସ ରେଗୁଲେଟରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଚିତ୍‌। 

୧୦- ଗ୍ୟାସ ଲିକ୍ ହୋଇ ସିଲିଣ୍ଡରରେ ନିଆଁ ଲାଗିଲେ ପାଣି ନପକାଇ ତୁରନ୍ତ ସେଥିରେ ଚାଦର ବା ଟାୱେଲ ଘୋଡାଇବା ଜରୁରୀ। ଏହା ଦ୍ବାରା କୌଣସି ବଡ ଦୁର୍ଘଟଣା ହେବ ନାହିଁ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.