Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବିିଧାନସଭା ଆଗରେ ଉତ୍ତେଜନା: ୧୫ ଜଣଙ୍କୁ ଉଠାଇ ନେଲା ପୋଲିସ୍

27/11/2020 at 12:27 PM

ଭୁବନେଶ୍ୱର୨୭/୧୧: ଶୁକ୍ରବାର ପୁଣି ବିଧାନସଭା ଗେଟ୍ ସମ୍ମୁଖରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ୧୦ରୁ ୧୫ ଜଣ ଯୁବକ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବାଇକରେ ଏଜି ଛକରୁ ଆସି ବିଧାନସଭା ଭିତରକୁ ପଶି ଆସୁଥିବା ବେଳେ ଯୁବକଙ୍କୁ ଅଟକାଇଥିଲା ପୋଲିସ।

ଏହା ପରେ ସେମାନଙ୍କୁ ଜୋର ଜବରଦସ୍ତ ପୋଲିସ ଉଠାଇ ନେଇଛି । ବିଧାନସଭା ଗେଟ ସମ୍ମୁଖରେ ଏବେ ପୋଲିସ ଛାଉଣୀ ହୋଇ ରହିଛନ୍ତି । ତେବେ ଯୁବକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ। ପରୀ ମୃତ୍ୟୁ ମାମଲାରେ ଯୁବକମାନେ ପ୍ରତିବାଦ ପାଇଁ ଆସିଥିବା ସନ୍ଦେହ କରାଯାଉଛି ।

   Related Posts