କାଶ୍ମୀର ଉପତ୍ୟକାରେ ଆତଙ୍କର ବାତାବରଣ, ଆସନ୍ତା ସପ୍ତାହରେ ୩୫(କ) ଧାରାର ଶୁଣାଣି

Published By : Prameya-News7 Bureau | February 24, 2019 IST

ନୂଆଦିଲ୍ଲୀ ୨୪|୨ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରଠାରୁ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ଉତ୍ତେଜନପୂର୍ଣ୍ଣ ରହିଛି । ଏତିକି ବେଳେ ଆସନ୍ତା ସପ୍ତାହରେ ଶୁଣାଣି ହେବ ବିବାଦୀୟ ଧାରା ୩୫(କ) ର । ଏହାକୁ ଦୃଷ୍ଟିରେ ରଖି ଭ୍ୟାଲିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ପୋଲିସ ଗଣ ଗିରଫ ଅଭିଯାନକୁ ତେଜ୍ କରିବା ସହ ଔଷଧ, ଇନ୍ଧନ ଆଦି ସାମଗ୍ରୀ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦେବା ପରେ ଭ୍ୟାଲିରେ ଆତଙ୍କ ଖେଳିଯାଇଛି ।        

{"id":88357}

କାଶ୍ମୀରରେ ଆତଙ୍କବାଦ ସହ ଅନେକ ସମସ୍ୟାର ମୂଳ କାରଣ ଧାରା ୩୭୦ ଏବଂ ୩୫(କ) । ତେଣୁ ଦୀର୍ଘ ବର୍ଷ ଧରି ଏହି ଧାରା ଉଠାଇବାକୁ ଦାବି ହୋଇଆସୁଛି। ଏମିତିରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭ୍ୟାଲିରେ ଉତ୍ତେଜନା ଲାଗିରହିଛି । ଏଭଳି ସମୟରେ ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ହେବ ଧାରା ୩୫(କ) ର ଶୁଣାଣି । ଏଥିପାଇଁ ଜମ୍ମୁ-କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭ୍ୟାଲିକୁ ୧୨ ହଜାର ଅତିରିକ୍ତ ଅର୍ଦ୍ଧସାମରିକ ବଳ ପଠାଯାଇଛି ।

{"id":88362}

ଗୋଟିଏ ପଟେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା ବେଳେ ଅନ୍ୟପଟେ ପୋଲିସ ଗଣ ଗିରଫ ଅଭିଯାନ ତେଜ କରିଛି । ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ସମେତ ୧୫୦ ଜଣ ପ୍ରୋ-ପାକିସ୍ତାନୀ ସଂଗଠନ ଜାମାତ୍-ଇ-ଇସଲାମିଆ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । ସେପଟେ ପର୍ଯ୍ୟାପ୍ତ ପରିମାଣର ମେଡିସିନ୍ ମହଜୁଦ ରଖିବାକୁ ହସ୍ପିଟାଲ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ତୁରନ୍ତ ପିଡିଏସ୍ ସାମଗ୍ରୀ ବଣ୍ଟନ କରିବାକୁ କୁହାଯାଇଛି । ଏହାକୁ ନେଇ କାଶ୍ମୀରରେ ଆତଙ୍କ ଖେଳିଯାଇଛି । ତେବେ ଜନସାଧାରଣ ଆତଙ୍କିତ ନହେବା ପାଇଁ ଅନୁରୋଧ କରିଛନ୍ତି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ୍।

{"id":88363}

ସେପଟେ ପଞ୍ଜାବ ଓ ଜମ୍ମୁ-କାଶ୍ମୀରର ସୀମାନ୍ତ ଜାମଶେର, ଫାଜିଲକା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.