ନିଜ୍ଜାମୁଦ୍ଦିନ ଧର୍ମ ସମ୍ମିଳନୀରୁ ଫେରିଥିବା ବ୍ୟକ୍ତିଙ୍କୁ ନେଇ ଚାଲିଛି ତନାଘନା...

Published By : Prameya-News7 Bureau | April 01, 2020 IST

ଭୁବନେଶ୍ବର୧/୪: ନିଜାମ୍ମୁଦ୍ଦିନ ଜମାତରେ ବିଭିନ୍ନ ରାଜ୍ୟରୁ ଶହ ଶହ ପ୍ରତିନିଧି ଯୋଗଦେଇଥିବା ବେଳେ ଓଡିଶାରୁ କେତେ ସଂଖ୍ୟକ ଯୋଗ ଦେଇଥିଲେ ଏବଂ ଏମାନେ କେଉଁ କେଉଁ ସ୍ଥାନର  ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କେବଳ ରାଜ୍ୟ ସରକାର ଗୋଟିଏ ସୂଚନା ଦେଇଛନ୍ତି ୩ ଜଣଙ୍କୁ କ୍ବାରାଣ୍ଟାଇନ କରାଯାଇଛି । ସେପଟେ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡା, ଯାଜପୁର ଅନୁଗୁଳ, କୋରାପୁଟ ଆଦି କିଛି ସ୍ଥାନରୁ ଏମାନେ ଏହି ଜମାତ ଯୋଗ ଦେଇଥିଲେ।

{"id":247660,"sizeSlug":"large"}

ନିଜାମ୍ମୁଦ୍ଦିନ ଜମାତରେ ଓଡ଼ିଶାରୁ ଯାଇଥିଲେ କେତେଜଣ। ଏମାନଙ୍କ ଅତ୍ତାପତ୍ତା କଣ। ଯାହା ସୂଚନା ମିଳିଛି ସେମାନଙ୍କ ମଧ୍ୟରୁ କିଛି ଦିଲ୍ଲୀରେ ରହିଥିଲେ ଆଉ କିଛି ଓଡ଼ିଶା ଫେରିଥିଲେ।  ଯେଉଁମାନେ ଦିଲ୍ଲୀରେ ରହିଥିଲେ ନିଜାମ୍ମୁଦ୍ଦିନ ଜମାତକୁ ଖାଲି କରାଯିବା ସହିତ ସେମାନଙ୍କୁ ପ୍ରଶାସନ ଆଇସୋଲେସନରେ ରଖିଛି।

{"id":247662,"sizeSlug":"large"}

ଏହି ଜମାତିମାନେ ସେଠାରେ ଅଛନ୍ତି । ନିଜ୍ଜାମୁଦ୍ଦିନ ଧର୍ମ ସମ୍ମିଳନୀ ରୁ ଫେରି ଥିବା ଜଣେ ବ୍ୟକ୍ତିଙ୍କୁ ଠାବ କରିଛି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ l ସମ୍ପୃକ୍ତ ବ୍ୟକ୍ତି ଙ୍କ ଘର ଯାଜପୁର ଜିଲା ହୋଇଥିବା ବେଳେ କେନ୍ଦ୍ରପଡା ଜିଲା ଆଳି ବ୍ଲକ୍ ର ତାଙ୍କ ସମ୍ପର୍କୀୟ ଙ୍କ ଘରୁ ତାଙ୍କୁ ପ୍ରଶାସନ ଆଣି ଜିଲା ଆଇ ଶୋଲେସନ୍ ୱାର୍ଡ ରେ ରଖିଛି l ସମ୍ପୃକ୍ତ ବ୍ୟକ୍ତି ଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠା ଯାଇଥିବା ବେଳେ ତାଙ୍କ ପରିବାରକୁ ମଧ୍ୟ କ୍ଵାରେନଟାଇନ ରେ ରଖା ଯାଇଛି l ରକ୍ତ ନମୁନା ପରୀକ୍ଷା ରିପୋର୍ଟ୍ ଆସିବା ପରେ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିଓର ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି l

{"id":247663,"sizeSlug":"large"}

ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀରୁ ଫେରିଥିବା ବିଂଝାରପୁର ବ୍ଲକ ଅଞ୍ଚଳ ରୁ ଜଣେ ୫୦ବର୍ଷୀୟ ବ୍ୟକ୍ତିଙ୍କୁ ମଙ୍ଗଳବାର ବିଳମ୍ଵିତ ରାତିରେ ବିଂଝାରପୁର ପ୍ରଶାସନ ନେଇ ଆଇସୋଲେସନରେ ରଖିଛି । ସେ ଗତ ୧୭ ତାରିଖରେ ଦିଲ୍ଲୀରୁ ବାହାରି ୧୯ ତାରିଖରେ ଘରେ ପହଞ୍ଚିଥିଲେ । ନିଜାମୁଦ୍ଦିନ ଫେରନ୍ତା ଜଣକ ପରିବାର ସମେତ ଗ୍ରାମର ବହୁ ଲୋକଙ୍କ ସହିତ ମିଳାମିଶା କରିଥିବା ଜଣାଯାଇଛି । ପୁଣି ଧାର୍ମିକ ସମ୍ମିଳନୀରୁ ଫେରିଲା ପରେ ତାଙ୍କୁ ଥଣ୍ଡା ଓ ଜ୍ଵର ହୋଇଥିଲା । ପରେ ଔଷଧ ଖାଇ ଭଲ ହୋଇଥିଲେ।ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି ।

{"id":247664,"sizeSlug":"large"}

ନିଜମ୍ମୁଦ୍ଦିନ ଜମାତିରେ ଯୋଗ୩ ଜଣଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି। କଟକ ଜିଲ୍ଲାରୁ ଜଣଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଥିବା ବେଳେ ସେମାନଙ୍କ ପରିବାରକୁ ମଧ୍ୟ ଅଲଗା ରଖାଯାଇଛି। ସେପଟେ ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା କାକଟପୁରରୁ ୩ ଜଣ ଏବଂ କୋରାପୁଟରୁ ୨ ଜଣ ଏହି ଜମାତିରେ ଯୋଗ ଦେଇଥିଲେ।  କୋରାପୁଟର କୋଟପାଡ଼ରୁ ଯାଇଥିବା ଜଣେ ବ୍ୟକ୍ତି ଦିଲ୍ଲୀରେ କ୍ବାରାଣ୍ଟାଇନରେ ରହିଥିବା ବେଳେ ଜୟପୁରରେ ଯାଇଥିବା ବ୍ୟକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଅଛନ୍ତି। ନିଜାମ୍ମୁଦ୍ଦିନ ଲିଙ୍କକୁ ନେଇ ଦେଶ ବ୍ୟାପୀ ତନାଘନା ଜାରି ରହିଥିବା ବେଳେ ଏବେ ଓଡ଼ିଶାର ଏହି ଲୋକମାନେ କେଉଁଠି ଅଛନ୍ତି ଏହାକୁ ନେଇ ଯୋଗାଯୋଗ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.