Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପୂର୍ବରୁ ବଢିଲା ଭାରତର ଚିନ୍ତା, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବା ଦ୍ୱାରଦେଶରେ ନ୍ୟୁଜିଲାଣ୍ଡ

13/06/2021 at 10:46 AM

ନୁଆଦିଲ୍ଲୀ, ୧୩/୦୬ : ନ୍ୟୁଜିଲାଣ୍ଡ ଇଂଲଣ୍ଡ ବିପକ୍ଷରେ  ଟେଷ୍ଟ ସିରିଜ ଜିତିବାର ଦ୍ୱାର ଦେଶରେ ପହଁଚିଛି । ଏହାସହ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପୂର୍ବରୁ ଭାରତର ଚିନ୍ତା ବଢାଇ ଦେଇଛି । ପ୍ରଥମ ଇନିଂସରେ ୮୫ ରନରେ ପଛୁଆ ଥିବା ଇଂଲଣ୍ଡ ଦ୍ୱିତୀୟ ପାଳିର ତୃତୀୟ ଦିନରେ ନିରାଶାଜନକ ବ୍ୟାଟିଂ କରିଥିଲା । ଦଳ ୯ ଓ୍ୱିକେଟରେ ୧୨୨ ରନ୍ କରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ରୁତ ବୋଲର ମ୍ୟାଟ୍ ହେନେରୀ ଓ ନୀଲ ବଗନର୍ ତିନୋଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ଫଳରେ ଇଂଲଣ୍ଡ ଦଳର ବ୍ୟାଟିଂ ମେରୁଦଣ୍ଡ ବାଙ୍ଗିଯାଇଥିଲା ।

ଇଂଲଣ୍ଡ ପକ୍ଷରୁ ୯ ନମ୍ବରରେ ମାର୍ଡ ଉଡ୍ ସର୍ବାଧିକ ୨୯ ରନ୍ ଓ ଅଲି ପପ୍ ୨୩ ରନ୍ କରିଥିଲେ ।ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଓଲି ଷ୍ଟୋନ୍ ୧୫ ଓ ଜେମ୍ସ ଆଣ୍ଡରସନ୍ ବିନା କୌଣସି ରନରେ କ୍ରିଜରେ ଅଛନ୍ତି ।

ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍ ରସ୍ ଟେଲର ୮୦ ରନ୍ ଓ ଅନ୍ୟ ବ୍ୟାଟସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ୩୮୮ ରନ୍ କରିଥିଲା । ଏହାସହ ପ୍ରଥମ ଇନିଂସରେ ୮୫ ରନରେ ଆଗୁଆ ରହିଥିଲା ।ଇଂଲଣ୍ଡ ପ୍ରଥମ ଇନିଂସରେ ୩୦୩ ରନ ହିଁ କରିପାରିଥିଲା ।

ଟେଲରଙ୍କ ବ୍ୟତୀତ ପ୍ରଥମ ଇନିଂସରେ ହେନରୀ ନିକୋଲ୍ସ ୨୧, ଟମ୍ ବ୍ଲଣ୍ଡେଲ୍ ୩୪, ଏଜାଜ ପଟେଲ ୨୦ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍ ୪୮ ରନ୍ ଦେଇ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ମାର୍କ ଉଡ୍ ୨ଟି,ଓଲି ଷ୍ଟୋନ ୨ଟି ଓ୍ୱିକେଟ୍ ନେଇଥିଲେ । ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ଖେଳିଥିବା ଜେମ୍ସ ଆଣ୍ଡରସନ ୬୮ ରନ୍ ଦେଇ ମାତ୍ର ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

   Related Posts