Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

କଟକ ଏସସିବି ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା : ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ

10/11/2019 at 9:32 AM

କଟକ ୧୦/୧୧: କଟକ ଏସସିବି  ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି । ଗତକାଲି ଅପରାହ୍ନରେ କଟକ ସିଡିଏ  ହଇରାଣପୁର ବସ୍ତିର ସରୋଜ ଦାସଙ୍କ ପୁଅ ଛାତ ଉପରୁ ପଡି ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲା ।

କିଛି ପରୀକ୍ଷା ପରେ ପିଲାର ଅବସ୍ଥା ଭଲ ଅଛି କହି ଏସ୍ ସି ବି କର୍ତ୍ତୃପକ୍ଷ ପିଲାଟିକୁ ଡିସଚାର୍ଜ କରିଦେଇଥିଲେ । ହେଲେ ଘରେ ପହଞ୍ଚି ପୁଣି ପିଲାର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ରାତି ନଅଟାରେ ତାକୁ ପୁଣି ଏସ୍ ସି ବି ନେଇଯାଇଥିଲେ। ତେବେ କାଜୁଆଲଟିରେ ବହୁ ସମୟ ଧରି ପିଲାଟି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ତାର ଚିକିତ୍ସା କରିବାକୁ ଡାକ୍ତର ଆସିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ବିଳମ୍ବିତ ରାତିରେ ପିଲାଟିର ମୃତ୍ୟୁ ହୋଇଥିଲା । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଓ ସାହି ଲୋକ କାଜୁଆଲଟି ସାମ୍ନାରେ ଧାରଣାରେ ବସି ଥିଲେ । ମଙ୍ଗଳାବାଗ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରୁଥିବା ଲୋକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୁରୁଷ ପୋଲିସ୍ ମାନେ ପ୍ରତିବାଦକାରୀ ମହିଳା ମାନଙ୍କୁ ଟଣା ଓଟରା କରି ମାଡ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

   Related Posts