Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଢେଙ୍କାନାଳରୁ ବେଆଇନ ଚାଲାଣ ହେଉଥିବା ୪ଟି ଗୋରୁ ବୋଝେଇ ଟ୍ରକ ଜବତ

19/08/2018 at 6:31 AM

ଢେଙ୍କାନାଳ ୧୯/୮ : ବେଆଇନ ଗୋରୁ ଚାଲାଣକୁ ଧରିଲେ ଲୋକେ | ଢେଙ୍କାନାଳ ଗଁନ୍ଦିଆ ଠାରେ ସ୍ଥାନୀୟ ଲୋକଙ୍କ ଦ୍ବାରା ୪ଟି ଗୋରୁ ବୋଝେଇ ଟ୍ରକ ଅଟକ | ଟ୍ରକରେ ଅସୁରକ୍ଷିତ ଭାବେ ରହିଛନ୍ତି ୨୦୦ ରୁ ଉର୍ଦ୍ଧ୍ବ ଗୋରୁ
ରାଜ୍ୟରୁ ଢେଙ୍କାନାଳ ଦେଇ ସୁଦୂର କୋଲକତା ଓ ଉତ୍ତରପ୍ରଦେଶକୁ ବେଆଇନ ଭାବେ ଗୋରୁ ଚାଲାଣ ବଢିବାରେ ଲାଗିଛି । ଆଜି ବଢି ଭୋର ସମୟରେ ଢେଙ୍କାନାଳ ଗଁନ୍ଦିଆ ବାଟ ଦେଇ ଏପରି ବେଆଇନ ଭାବେ ଗୋରୁ ଚାଲାଣ ବଳେ ୪ ଟି ଟ୍ରକକୁ ସ୍ଥାନୀୟ ଲୋକ ଧରିଛନ୍ତି । ଢେଙ୍କାନାଳ ଗଁନ୍ଦିଆ ବସଷ୍ଟାଣ୍ଡ ଠାରେ ସ୍ଥାନୀୟ ଲୋକେ ଏହି ୪ ଟି ଗୋରୁ ବୋଝେଇ ଟ୍ରକକୁ ଅଟକ ରଖିଥିବା ଜଣାପଡିଛି । ୪ଟି ଆଇଚର ଟ୍ରକରେ ଅସୁରକ୍ଷିତ ଭାବେ ୨୦୦ ରୁ ଉର୍ଦ୍ଧ୍ବଗୋରୁ ରହିଥିବା ଦେଖାଯାଇଛି । ତେବେ ଗୋରୁ ବୋଝେଇ କରି ନେଉଥିବା ଦଲାଲମାନେ ଘଟଣା ସ୍ଥଳରୁ ଟ୍ରକକୁ ଛାଡି ଫେରାର ହୋଇଛନ୍ତି । ପ୍ରତ୍ୟେକ ଟ୍ରକରେ ୫୦ ରୁ ଉର୍ଦ୍ଧ୍ବ ଗୋରୁ ଥିବା ଦେଖାଯାଇଛି । ଏହି ଗୋରୁ ସବୁ କୋଲକତା ଓ ଉତ୍ତରପ୍ରଦେଶ ଅଞ୍ଚଳକୁ ଚାଲାଣ ହେଉଥିବା ସୂଚନା ମିଳିଛି । ପୁଲିସ ସଲାସୁତରାରେ ଦୈନନ୍ଦିନ ଏପରି ବେଆଇନ ଗୋରୁ ଚାଲାଣ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଘଯଣାସ୍ଥଳକୁ ଜିଲ୍ଲାପାଳ ଯାଇ ପହଁଞ୍ଚି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିରେ ଅଡି ବସିଛନ୍ତି ଉତ୍ୟକ୍ତ ଲୋକେ । ଘଟଣାସ୍ଥଳକୁ ଗଁନ୍ଦିଆ ପୁଲିସ ପହଁଞ୍ଚି ଗୋରୁ ବୋଷଝଇ ଟ୍ରକ ୪ଟିକୁ ଜବତ କରିଛି ।

   Related Posts