Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ ରଖି ନର୍ସିଂହୋମ୍ ଆଗରେ ପରିବାରଲୋକଙ୍କ ଧାରଣା

20/06/2019 at 1:38 PM

ଜଗତସିଂହପୁର ୨୦|୬: ଜଗତସିଂହପୁର ସହର ହାଟ ବଜାର ଛକ ନିକଟରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ମୃତ ଶିଶୁର ପରିବାର ଲୋକେ ନର୍ସିଂହୋମ ଆଗରେ ଧାରଣା ଦେବା ସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା ରେଢୁଆ ନୂଆଗଡ ଗାଁର ସନ୍ତୋଷ ଦାସଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ହାଟ ବଜାର ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ଗତ ୧୯ତାରିଖ ଦିନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁଟି ସୁସ୍ଥ ଥିବାର ନର୍ସିଂହୋମ୍ କର୍ତ୍ତୃପକ୍ଷ କହିଥିଲେ । ହେଲେ ହଠାତ୍ ଶିଶୁଟି ଅସୁସ୍ଥ ହୋଇପଡିଛି ବୋଲି କହି ତାକୁ କଟକ ନେଇଯିବାକୁ ନର୍ସିଂହୋମ୍ ଡାକ୍ତର କହିବା ସହ ଏକ ଆମ୍ବୁଲାନ୍ସରେ ସେଠାରୁ ପଠାଇ ଦେଇଥିଲେ । ହେଲେ ଶିଶୁଟିର ବାଟରେ ମୃତ୍ୟୁ ହୋଇ ଯାଇଥିଲା । ଅଧବାଟରୁ ମୃତ ଶିଶୁଟିକୁ ନେଇ ତାର ବାପା ମାଆ ଓ ପରିବାର ଲୋକେ ଚିକିତ୍ସିତ ହେଉଥିବା ନର୍ସିଂହୋମରେ ପହଞ୍ଚିବା ସହ ଏହାର ପ୍ରତିବାଦରେ ମୃତ ଶିଶୁକୁ ଧରି ଧାରଣା ଦେଇଥିଲେ । ଚିକିତ୍ସା ଅବହେଳାରୁ ଶିଶୁଟିର ଏହି ନର୍ସିଂହୋମରେ ହିଁ ମୃତ୍ୟୁ ହେବା ପରେ ନର୍ସିଂହୋମ କର୍ତ୍ତୃପକ୍ଷ ନିଜ ଦୋଷ ଲୁଚାଇବା ପାଇଁ ସେ ଜୀବିତ ଥିବାର କହି କଟକ ପଠାଇ ଦେଇଥିଲେ ବୋଲି  ଅଭିଯୋଗ ହେଉଛି । ତେବେ ନର୍ସିଂହୋମ୍ କର୍ତ୍ତୃପକ୍ଷ ଏ ବାବଦରେ କିଛି କହିବାକୁ ମନା କରିଦେଇଥିବା ବେଳେ ଶିଶୁଟି ସୁସ୍ଥ ଥିବାର ଶିଶୁଟିର ଦେଖା ଚାହଁ କରୁଥିବା ନର୍ସିଂହୋମର ଜଣେ ସେବିକା କହିଛନ୍ତି । ଜିଲ୍ଲାରେ ଛତୁ ଫୁଟିବା ପରି ଘରୋଇ ନର୍ସିଂହୋମ ଗଢି ଉଠୁଥିବା ବେଳେ ଏଠାରେ ବିଭିନ୍ନ ଅନଭିଜ୍ଞ ଡାକ୍ତର ଓ ନର୍ସଙ୍କ ଦ୍ବାରା ଚିକିତ୍ସା କରାଯାଇ ରୋଗୀମାନଙ୍କ ଜୀବନ ସହ ଖେଳା ଯାଉଥିବା ସହ ଆର୍ଥିକ ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି ।

   Related Posts