ଭୂମଧ୍ୟସାଗରରେ ଉତ୍ତେଜନା: ଯୁଦ୍ଧମୁହାଁ ତୁର୍କି ଓ ଗ୍ରୀସ୍

Published By : Prameya-News7 Bureau | September 06, 2020 IST

ଇସ୍ତାନାବୁଲ ୬।୯: ପୂର୍ବ ଭୂମଧ୍ୟ ସାଗରରେ ପ୍ରାକୃତିକ ଗ୍ୟାସ୍‌ ଓ ତୈଳ ଭଣ୍ଡାରକୁ ନେଇ ତୁର୍କି ଓ ଗ୍ରୀସ୍‌ ମଧ୍ୟରେ ଉତ୍ତେଜନା କ୍ରମଶଃ ଜଟିଳ ରୂପ ଧାରଣ କରିଛି। ଏଥିରେ ତୁର୍କି ସୀମାରେ ଗ୍ରୀସ୍‌ ଟ୍ୟାଙ୍କ ମୁତୟନ କରିବା ଦୁଇ ଦେଶ ଯୁଦ୍ଧମୁହାଁ ହେଉଥିବାର ସଙ୍କେତ ଦେଲେଣି। ଶନିବାର ତୁର୍କି ରାଷ୍ଟ୍ରପତି ରେସେପ୍ ତ୍ୟେପ ଏର୍ଡୋଗାନ୍‌ ବିବାଦୀୟ କ୍ଷେତ୍ରକୁ ନେଇ ଆଲୋଚନା କରିବା ଅଥବା ପରିଣାମ ଲାଗି ଦାୟି ରହିବାକୁ ଗ୍ରୀସ୍‌କୁ ଚେତାବନୀ ଦେଇଥିଲେ। ଏହାର ଜବାବରେ ଗ୍ରୀସ ରବିବାର ସୀମାରେ ସୈନ୍ୟ ଠୁଳ କରି ଯୁଦ୍ଧ ଆହ୍ୱାନ ସ୍ୱୀକାର କରିଥିବା ସୂଚିତ କରିଦେଇଛି।

{"id":325856,"sizeSlug":"large"}

ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନ (ନାଟୋ)ର ଦୁଇ ସହଯୋଗୀ ପୂର୍ବ ଭୂ ମଧ୍ୟସାଗରକୁ ନେଇ ଉତ୍ତେଜିତ ଥିବା ବେଳେ  ସାଇପ୍ରସ୍ ତୁର୍କି ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ତୁର୍କି ଯେଉଁଠାରେ ଡ୍ରିଲିଂ କରୁଛି ତାହା ସାଇପ୍ରସର ଓ ଏହା ଦ୍ୱାରା ଦେଶର ସାର୍ବଭୌମତ୍ୱ ପ୍ରତି ତୁର୍କି ଆହ୍ୱାନ ଦେଇଥିବା ଅଭିଯୋଗ କରିଛି। ଏଥିରେ ସାଇପ୍ରସ ମଧ୍ୟ ନିଜ ଆଡୁ ସମର ସଜ୍ଜା ଆରମ୍ଭ କରିଦେଇଛି। ପ୍ରାକୃତିକ ତୈଳ ଓ ଗ୍ୟାସ୍ ଭଣ୍ଡାର ଲାଗି ସମସ୍ତ ପକ୍ଷ ନିଜନିଜ ଦାବିରେ ଅଡି ରହିଥିବା ବେଳେ ନୌସେନା ଓ ବାୟୁସେନା ମୁତୟନ କରିସାରିଥିବାର ସୂଚନା ମିଳୁଛି।

wp:html /wp:html

ଗତ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରସଙ୍ଗରେ ଆଲୋଚନା ଲାଗି ଗ୍ରୀସ୍‌ ରାଜି ଥିଲା ବୋଲି ନାଟୋ କହିଛି। ହେଲେ ଏଥିରୁ ଅପ୍ରତ୍ୟାସୀତ ଭାବେ ଏବେ ଓହରି ଯାଇଥିବା ବେଳେ ଯୁଦ୍ଧ ପ୍ରସ୍ତୁତି ଚଳାଇଛି। ମିଳୁଥିବା ସୂଚନାରୁ ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ କୌଣସି ମୂହୁର୍ତ୍ତରେ ଯୁଦ୍ଧ ଲାଗିବା ନେଇ ତୁର୍କି ଗଣମାଧ୍ୟମ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସିରିଆ ସୀମାରେ ଅଙ୍କାରା ସଶସ୍ତ୍ର ସୈନ୍ୟ ବଳ ମୁତୟନ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.