ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ପରେ ଆଇଜିଏଚ୍‌ରେ ଉତ୍ତେଜନା - କ୍ଷତି ପୂରଣ ଦାବିରେ ଧାରଣା ଦେଇଛନ୍ତି ଅନ୍ୟ ସିକ୍ୟୁରିଟି ଗାର୍ଡ

Published By : Prameya-News7 Bureau | October 29, 2019 IST

ରାଉରକେଲା ୨୯।୧୦ - ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ପରେ ଆଇଜିଏଚ୍‌ରେ ଉତ୍ତେଜନା ଦେଖା ଦେଇଛି । କ୍ଷତି ପୂରଣ ଦାବିରେ ଧାରଣା ଦେଇଛନ୍ତି ଅନ୍ୟ ସିକ୍ୟୁରିଟି ଗାର୍ଡ । ଇଏସଆଇ ଇପିଏଫ ସହ ପରିବାର ଲୋକଙ୍କୁ କ୍ଷତି ପୁରାଣ ଦାବିରେ ଉତେଜନା ପ୍ରକାଶ ପାଇଥିଲା ।

ମୃତ ସିକ୍ୟୁରିଟି ଗାର୍ଡଙ୍କ ନାମ ସୁକାନ୍ତ ନାଏକ । ଭୁବନେଶ୍ୱର କଳିଙ୍ଗ ସିକ୍ୟୁରିଟି ଅଧୀନରେ ରାଉରକେଲାରେ ସେ ଚାକିରି କରିଥିଲେ । ରାଉରକେଲା ସେକ୍ଟର,୬ ଜୁବୁଲି ପାର୍କରେ ଗତ ୨୬ ତାରିଖରେ କାମ କରୁଥିବା ସମୟରେ ମୁଣ୍ଡ ବୁଲାଇ ପଡି ଯାଇଥିଲେ । ପ୍ରଥମେ ଆଇଜିଏଚ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଇଜିଏଚ୍‌ରେ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବାରୁ କ୍ଷତି ପୂରଣ ଦାବିରେ ଅନ୍ୟ ସିକ୍ୟୁରିଟି ଗାର୍ଡ ଧାରଣା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.