ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ଦାବି

Published By : Prameya-News7 Bureau | April 24, 2019 IST

ଚାନ୍ଦବାଲି ୨୪|୪: ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ନୂଆଗାଁରେ ଉତ୍ତେଜନା ଦେଇଛି । ଚେନ୍ନାଇରେ ଏଲ ଆଣ୍ଡ ଟି କମ୍ପାନୀରେ କାମ କରୁଥିଲେ ଜଳଧର ଦାସ । ଗତ ୨୦ ତାରିଖରେ କମ୍ପାନୀରେ କାମ କରୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି କମ୍ପାନୀ କର୍ତ୍ତୃପକ୍ଷ ଜଳଧରଙ୍କ ମୃତଦେହକୁ ଗାଁକୁ ପଠାଇଛନ୍ତି ।

{"id":106788}

ତେବେ ଜଳଧରଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତଦେହ ଆଣିଥିବା ଆମ୍ବୁଲାନ୍ସକୁ ଗ୍ରାମବାସୀ ଅଟକ ରଖିବା ସହିତ କମ୍ପାନୀ କର୍ତ୍ତୃପକ୍ଷ ଓ ସଂପୃକ୍ତ ଠିକାଦାର ଆସିବା ପାଇଁ ଦାବି କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.