ଚାନ୍ଦବାଲି ୧୯।୧: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମାଧପୁର ପଞ୍ଚାୟତ କୃତିବାସପୁର ଗାଁରେ ଜଣେ ବ୍ୟକ୍ତିଙ୍କ ସ୍ଥିତବାନ ଜାଗାରେ ସେହି ଗାଁରେ କିଛି ଲୋକ ଶବ ପୋଡିବା ଘଟଣାକୁ ନେଇ ଦେଖାଦେଇଛି ବିବାଦ। ସେହି ଗାଁର ପଦ୍ମଲୋଚନ ଦାସଙ୍କ ମା’ଙ୍କର ମୃତ୍ୟୁ ପରେ ଶବକୁ ଶ୍ମଶାନରେ ଦାହ ନ କରି ବୃନ୍ଦାବନ ଦାସଙ୍କ ସ୍ଥିତବାନ ଜମିରେ ଜୋରଜବରଦସ୍ତ ଦାହ କରିଥିଲେ । ଏନେଇ ବୃନ୍ଦବାନ ଦାସଙ୍କ ପରିବାର ପକ୍ଷରୁ ମତୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇବା ପରେ ମତୋ ଫାଣ୍ଡି ଅଧିକାରୀ ୭ ଦିନ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ବୃନ୍ଦାବନଙ୍କ ପରିବାର ପକ୍ଷରୁ ନ୍ୟାୟ ଦାବି କରି ଚାନ୍ଦବାଲି ଏସଡିପିଓଙ୍କ ନିକଟରେ ଗୃହାରି କରିଥିଲେ । ତେବେ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ପରେ ଅଭିଯୋଗକାରୀଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବା ବାକି ରହିଲା ।