ପୋଲିସ ପଚାରିଲା ମାସ୍କ କାଇଁ , ଥାନା ଭିତରେ ଛୁରି ବାହାର କଲା ଅଭିଯୁକ୍ତ, କନେଷ୍ଟବଳର କାନ-ହାତ କାଟିଦେଲା

Published By : Prameya-News7 Bureau | May 22, 2020 IST

ଭୋପାଳ ୨୨।୦୫: କରୋନା ସଂକ୍ରମଣରୁ ରକ୍ଷାକପାଇବା ପାଇଁ ଲଗାତର ଭାବେ ସରକାରଙ୍କ ତରଫରୁ ବିଭିନ୍ନ ଦିଶା-ନିର୍ଦେଶ ଆସୁଛି । ଯେପରି ବିନା ମାସ୍କ ପିନ୍ଧି ଘରୁ ନବାହାରିବା ପରି ଅନେକ ପଦକ୍ଷେପ । କରୋନା ବିରୋଧୀ ଲଢେଇରେ  ଯୋଦ୍ଧା ପାଲଟିଥିବା ଆମ ପୋଲିସକର୍ମୀମାନେ ମଧ୍ୟ ଦିନରାତି ନିଜର କର୍ତ୍ତବ୍ୟ କରୁଛନ୍ତି । ନିଜ ପରିବାରଠୁ ଦୂରରେ ରହି ଦେଶବାସୀ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି  । କିନ୍ତୁ ସେହି କରୋନା ଯୋଦ୍ଧାମାନଙ୍କୁ ଯଦି ଆକ୍ରମଣ କରାଯାଏ । ତେବେ ସେମାନଙ୍କ ମନୋବାଳ କମ କରିଦେଇଥାଏ । ଯାହାକି ଆଜିକା ସମୟରେ ଠିକ୍‌ ନୁହେଁ ।

{"id":273911,"sizeSlug":"large"}

ଗୁରୁବାର ଦିନ ମଧ୍ୟପ୍ରଦେଶର ମଧ୍ୟପ୍ରଦେଶର ଅଶୋକନଗରର ବହାଦୂରପୁର ଥାନାଏକ ବଡଧରଣ ଅଘଟଣ ଘଟିଛି । ଯେଉଁଥିରେ ଜଣେ ଯୁବକ ବିନା ମାସ୍କ ପିନ୍ଧି ଥାନା ଭିତରକୁ ପ୍ରବେଶ କରିଥିଲେ । ଯୁବକକୁ ପୋଲିସ ଅଟକାଇବାରୁ ପ୍ରଥମେ ତେ ସେ ବାହାରକୁ ଚାଲିଯାଇଥିଲା । କିନ୍ତୁ କିଛି ସମୟ ପରେ ଯୁବକ ପୁଣି ଥରେ ଥାନା ଭିତରକୁ ପ୍ରବେଶ କରି ଗାଳି ଦେବାକୁ ଲାଗିଥିଲା । ଏହାକୁ ନେଇ ପୋଲିସ ଅଧିକାରୀ ଶାହିଦ ଖାନ୍‌ ଯୁବକଙ୍କୁ ଏପରି ନକିବା ପାଇଁ କହିଥିଲେ । ଯୁବକଜଣଙ୍କ ଅଧିକାରୀଙ୍କ ପାଖକୁ ଆସିବାକୁ ଉଦ୍ୟମ କରୁଥିଲା । କିନ୍ତୁ ଅଧିକାରୀ ଜଣଙ୍କ କହିଥିଲେ ଯେ, ତୁମେ ମାସ୍କ ପିନ୍ଧିନାହଁ, ତେଣୁ ଦୂରରେ ଥାଇ ଯାହା କହିବାର ଅଛି କୁହ । ଏହାପରେ ଯୁବକ ଜଣଙ୍କ ନିଜ ପାଖରେ ଥିବା ଛୁରୀ ବାହାର କରି ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲା ।

{"id":273912,"sizeSlug":"large"}

ପୋଲିସ ଅଧିକାରୀ ଜଣଙ୍କ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ । ଠିକ୍‌ ସେତିକିବେଳେ ଯୁବକ ଜଣଙ୍କ ଦ୍ୱିତୀୟ ଥର ଆକ୍ରମଣ କରିଥିଲେ । ଯାହାକି ପୋଲିସ ଅଧିକାରୀଙ୍କ କାନରେ ବାଜିଥିଲା, ଏବଂ ଅଧିକାରୀଙ୍କ କାନ କଟିଯାଇଥିଲା । ପୁଣି ଥରେ ଯୁବକ ଜଣଙ୍କ ଆକ୍ରମଣ କରିବାକୁ ଲାଗିଥିଲା , ଅଧିକାରୀ ଆକ୍ରମଣରୁ ବର୍ତ୍ତିବା ପାଇଁ ନିଜ ହାତ ଦେଖାଦେଇଥିଲା । କିନ୍ତୁ ଛୁରୀ ଆକ୍ରମଣରେ ହାତକୁ ମଧ୍ୟ ଆଘାତ ଲାଗିଥିଲା । ତେବେ ଘଟଣାସ୍ଥଳରେ ଅନ୍ୟ ଜଣେ ପୋଲିସ କର୍ମଚାରୀ ପହଞ୍ଚିବା ଦେଖି ଯୁବକଜଣଙ୍କ ମଧ୍ୟ ତାଙ୍କ ଉପରକୁ ଆକ୍ରମଣ କରିଦେଇଥିଲା । ଆକ୍ରମଣରେ ଅନ୍ୟ ପୋଲିସ କର୍ମଚାରୀଙ୍କ ହାତ ମଧ୍ୟ କଟିଯାଇଛି । ଏତେସବୁ ଘଟଣା ଘଟଣାଇବାକ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

{"id":273913,"sizeSlug":"large"}

କିଛି ସମୟ ପରେ ପୋଲିସ ସାରା ସହରରେ ନାକାବନ୍ଦି କରିଦେଇଥିଲା , ଏବଂ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଗିରଫ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ସ୍ଥାନୀୟ SDPOଙ୍କ  ଅନୁସାରେ ଧୀରାଚକ୍ର ଗାଁର ଯୁବକ ଜଣଙ୍କ ଆଦିବାସୀ ସମ୍ପ୍ରଦାୟର , ବୟସ ପାଖାପାଖି ୨୩ବର୍ଷ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯୁବକଜଣଙ୍କ ସନ୍ଦେହୀ ସ୍ୱାଭବର, କୌଣସି ଜିନିଷକୁ ମନା କଲେ ସେ ଆକ୍ରମକ ହୋଇଯାଏ। ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରଖିଛି । ଆହତ ପୋଲିସ କର୍ମଚାରୀ ନିକଟସ୍ଥ ମେଡିକାଲରେ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.