Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ବିଜୁଳି ଗଲାଣି ହୁଗୁଳି : ବିଜୁଳି ଟେନସନରେ ଛଟପଟ ଲୋକେ, ସରକାର ଖାଲି ପ୍ରତିଶତରେ ରହିଯାଇଛନ୍ତି, ଲାଇନ୍ ଦେବା ପାଇଁ ଲାଞ୍ଚ କାରବାର ଅଭିଯୋଗ ଉଠିଲାଣି…

11/05/2019 at 5:04 PM

ଭୁବନେଶ୍ବର ୧୧|୫: ବିଜୁଳି ଗଲାଣି ହୁଗୁଳି। ଫନି ମହାବାତ୍ୟା ଏଭଳି ଯାତନା ଦେଇଛି ଯେ ଲୋକେ ଅଣ୍ଟା ସଳଖି ଠିଆ ହେବା ସ୍ଥିତିରେ ନାହାନ୍ତି। ମୁଣ୍ତ ଫଟା ଖରା ଏବଂ ଅସହ୍ୟ ଗୁଳୁଗୁଳି ଲୋକଙ୍କ ନିଦ ହଜାଇ ଦେଇଛି। କିନ୍ତୁ ବିଜୁଳର ଦେଖା ଦର୍ଶନ ନାହିଁ। ପୁରୀରୁ ଭୁବନେଶ୍ବରର ଯାଏଁ ବିଜୁଳି ପାଇଁ ସବୁଠି ହାହାକାର। ସେପଟେ ସରକାର ପ୍ରତିଦିନ ଘୋଷଣା ମାତିଛନ୍ତି ୭୦ପ୍ରତିଶତ ହୋଇଗଲା, ୯୦ ପ୍ରତିଷତ ହୋଇଗଲା ଇତ୍ୟାଦି। ଗୋଟିଏ ପଟେ ଲୋକ ତାତିଲା ବେଳେ ଅନ୍ୟପଟେ ପଇସା ନନେଲେ ସେସୁ ଲାଇନ ଟାଣୁନଥିବା ଅଭିଯୋଗ ସ୍ଥିତିକୁ ଆହୁରି ଗମ୍ଭୀର କରିଛି । 

ବିଜୁଳି ଟେନସନରେ ଛଟପଟ ଲୋକେ । ସରକାର ତ ପ୍ରତିଶତରେ ବିଜୁଳି ଦିଆଯାଉଛି ବୋଲି ଘୋଷଣା କରି ଚାଲିଛନ୍ତି କିନ୍ତୁ ଗ୍ରାଉଣ୍ଡ ରିଅଲିଟି ପୁରା ଭିନ୍ନ । କେଉଁ ଅଞ୍ଛଳରେ କେତେବେଳେ ବିଜୁଳି ଆସିବ ତାର କିଛି ଖୋଜ୍ ଖବର ନାହିଁ । ସରକାର କହିଥିଲେ କାଲି ସୁଧା ଅର୍ଥାତ ୧୨ ତାରିଖ ଦିନ ୧୦୦ ପ୍ରତିଶତ ବିଜୁଳି ଭୁବନେଶ୍ବରକୁ ଆସିଯିବ । ହେଲେ ଭୁବନେଶ୍ବର ବାସିନ୍ଦା ହିଁ ଜାଣିଛନ୍ତି କେତେ ପ୍ରତତିଶତ ଲୋକଙ୍କ ଘରରେ ବିଜୁଳି ପହଞ୍ଚିଛି। ଭୁବନେଶ୍ବରର କିଛି ଗ୍ରାଉଣ୍ତ ରିୟଲିଟି ଭିନ୍ନ ।

ଆଜି କଳିଙ୍ଗ ନଗର ଅଞ୍ଚଳର ଦୃଶ୍ୟ ଥିଲା ଅତ୍ୟନ୍ତ ଶୋଚନୀୟ । କିଛି ଅଞ୍ଚଳକୁ ବିଜୁଳି ଦେଇ ସେସୁ କହୁଛି ସବୁ ଅଲୁଅ ହୋଇଗଲା। ହେଲେ ସେସୁ ଅଫିସ ଆଗରେ ଲୋକମାନେ କିଭଳି ହଟ୍ଟଗୋଳ କରୁଥିବା ଦେଖିବାକୁ ମିଳିଥିଲା । ଆଉ ଏକ ଦୃଶ୍ୟ ହେଲା ଭୁବନେଶ୍ବର ମଧ୍ୟରେ ଥିବା ୟୁନିଟ ୧ର ଦୃଶ୍ୟ । କିଭଳି ସେସୁ ଓ ବିଏମସି ଭିତରେ ଛକ୍କାପଞ୍ଚା ଚାଲିଛି ତାର ଚିତ୍ର ଦେଖିବାକୁ ମିଳିଥିଲା। ଲାଇନ କଟା ହେଲେ ଗଛ କଟା ଆରମ୍ଭ କରିବାକୁ ଚାହୁଛି ବିଏମସି। ସେଥିପାଇଁ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବି ସେସୁ ଲାଇନ କାଟୁ ନାହିଁ। ​ଫଳରେ ଉଭୟ ବିଭାଗର କର୍ମଚାରୀଙ୍କ ମଧ୍ୟରେ ହୋଇଥିଲା ଠେଲାପେଲା।

ଅସହ୍ୟ ଗରମ ଓ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଏତିକିବେଳେ ବିଜୁଳିର ଲୁଛକାଳି ଖେଳ ଲୋକଙ୍କ ରାଗକୁ ବଢ଼ାଇଦେଇଛି। ସରକାର ଦାବି କରୁଛନ୍ତି କାମ ଜୋରଦାର ଚାଲିଛି। ବାହାର ରାଜ୍ୟରୁ ଟିମ ଆଣି ନିୟୋଜିତ କରାଯାଇଛି।ଏଠି କିନ୍ତୁ ଆଉ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଫନି କ୍ଷତିଗ୍ରସ୍ତ ଅଞ୍ଚଳରେ ତୁରନ୍ତ ଆବଶ୍ୟକ ସେବା ଯୋଗାଇଦେବାକୁ ପଶ୍ଚିମ ବଙ୍ଗରୁ ଆସିଥିବା ଟିମ କିଭଳି କାମ ନ ପାଇ ବୁଲୁଛି ତାହା ସେମାନେ ନିଜେ ବୟାନ କରିଛନ୍ତି। ଏପଟେ ଶକ୍ତି ସଚିବଙ୍କୁ ଏସବୁ ପାଚାରିଲେ ସେ ଗଣମାଧ୍ୟମକୁ ଏଡାଇ ଚାଲିଯାଉଛନ୍ତି। ସେପେଟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ସଚିବ କାମଚଳାଇବା ନ୍ୟାୟରେ ରଖୁଛନ୍ତି ବୟାନ ।

ବିଜୂଳି ବିଭାଗ ଉପରେ ଏବେ ସମସ୍ତଙ୍କ ନଜର। କେତେ ଶିଘ୍ର ବିଜୁଳି ମିଳିବ ତାକୁ ନେଇ ଲୋକମାନେ ଚିନ୍ତାରେ ଥିବାବେଳେ ବିଜୁଳି ବିଭାଗର କର୍ମଚାରୀ ମାନେ ମୋଟା ଅଙ୍କର ଲାଞ୍ଚ ଦାବି କରୁଛନ୍ତି । ସତେ ଯେମିତି ପାଇସା ନେଇ ବିଜୁଳି ଯୋଗାଇଦେବା  ସେମାନଙ୍କର ଅଧିକାର। ଯାହାକୁ ନେଇ ସାଧାରଣରେ ଭୟଙ୍କ ବିସ୍ପୋରଣ ହେବାକୁ ଯାଉଛି।

   Related Posts