Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କରୋନା ମୃତକଙ୍କ ଶବ ଦାହକୁ ନେଇ ପୋଲିସ ଓ ଗାଁ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ଠେଙ୍ଗାବାଡି ଧରି ଅଧିକାରୀଙ୍କୁ ଘେରିଲେ ଲୋକେ

12/05/2021 at 11:43 AM

କରଞ୍ଜିଆ ୧୨।୫: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ନିକଟ ସୁନାରିପୋଷି ଗ୍ରାମ ନିକଟ ଜଙ୍ଗଲରେ ଜଣେ କରୋନା ଆକ୍ରାନ୍ତ ବୃଦ୍ଧାଙ୍କ ଶବକୁ ପୋଡିବାକୁ ନେଇ ଉତ୍ତେଜନା । ଶବ ପୋଡିବାକୁ ଯାଇଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କୁ ସେଠାରେ ସ୍ଥାନୀୟ ଲୋକେ ଶବଟିକୁ ପୋଡିବାକୁ ଦେଇନଥିଲେ । ଠେଙ୍ଗାବାଡି ଧରି ଘେରାଉ କରି ରଖିବା ସହ ପୋଲିସର କଥାକୁ ମଧ୍ୟ ଶୁଣୁ ନାହାନ୍ତି ଲୋକେ । ଶେଷରେ ପୋଲିସ ଓ ଗାଁ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସି ହାଣ୍ଡିଫୁଟା ଗ୍ରାମର ଜଣେ ବୃଦ୍ଧା କୋଭିଡ୍ ପଜିଟିଭ ବାହାରିବାର କିଛି ସମୟ ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ମୃତ୍ୟୁ ହୋଇଥିଲା । କରୋନାରେ ଆକ୍ରାନ୍ତ ବୃଦ୍ଧାଙ୍କ ଶବ ପୋଡ଼ିବାକୁ ପ୍ରଶାସନ ପକ୍ଷରୁ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାରିପୋଷି ନିକଟରେ ଥିବା ଜଙ୍ଗଲ ନିକଟକୁ ନିଆଯାଇଥିଲା । ସ୍ଥାନୀୟ ବିଡ଼ିଓ, ତହସିଲଦାର, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ଠାକୁରମୁଣ୍ଡା ଥାନା ପୋଲିସ ବୁଧବାର ଶବଟିକୁ ପୋଡ଼ିବାକୁ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଠେଙ୍ଗାବାଡି ଧରି  ଆକ୍ରାନ୍ତ ଶବଟିକୁ ସେଠାରେ  ନ ପୋଡ଼ିବାକୁ  ଜିଦ୍ ଧରିଥିଲେ । ଅଧିକାରୀମାନଙ୍କୁ ଘେରାଉ କରି ରଖିବା ସହ ତୁରନ୍ତ ସେଠାରୁ ଆକ୍ରାନ୍ତଙ୍କ ଶବଟିକୁ ଅନ୍ୟତ୍ର ନେଇଯିବାକୁ ଦାବି କରିଛନ୍ତି ।

   Related Posts