କରୋନା ସଂକ୍ରମିତଙ୍କୁ ଆଣିବାକୁ ଯାଇ ତହସିଲ୍‌ଦାର ହଟହଟା

Published By : Prameya-News7 Bureau | August 09, 2020 IST

ବ୍ରହ୍ମଗିରି ୦୮।୦୮:  କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର ସ୍ୱତନ୍ତ୍ର ମେଡାକାଲ ପ୍ରସ୍ତୁତ କରିଛନ୍ତି । ଯେଉଁଠାରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇପାରିବା । କିନ୍ତୁ କିଛି ସଂକ୍ରମିତ ମେଡିକାଲ ଆସିବାକୁ ରୋକ୍‌ଠୋକ୍‌ ମନାକିରଦେଇଛନ୍ତି । କରୋନା ଆକ୍ରାନ୍ତଙ୍କୁ ଆଣିବାକୁ ଯାଇ ତହସିଲଦାର ହଟହଟା । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କହଳପଦା ଗାଁର ଘଟଣା । ଏହି ଗାଁର ଗୋଟିଏ ପରିବାରର ୮ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ ।

ସେମାନଙ୍କୁ ମେଡିକାଲ ଆଣିବା ପାଇଁ ବ୍ରହ୍ମଗିରି ତହସିଲଦାର ,ବ୍ରହ୍ମଗିରି ଚିକିତ୍ସାଧିକାରୀ ଓ ପୋଲିସ ପ୍ରଶାସନ ଗତକାଲି ସନ୍ଧ୍ୟାରେ ଯାଇଥିଲେ ।କିନ୍ତୁ ପରିବାର ଲୋକ ମେଡିକାଲ ନଯିବାକୁ ସଫା ସଫା ମନା କରି ଦେଇଥିଲେ । ଯାହା ଫଳରେ ସେଠାରୁ ନିରାଶ ହୋଇ ଫେରି ଆସିଥିଲେ ତହସିଲଦାର । କୋଭିଡ ଆଇନକୁ ଅମାନ୍ୟ କରିବାର ଅଭିଯୋଗରେ ବ୍ରହ୍ମଗିରି ତହସିଲଦାର ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ବ୍ରହ୍ମଗିରି ଥାନାରେ ଏତଲା ଦେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.