ସାର୍ ଗଙ୍ଗାରାମ ହସ୍ପିଟାଲରେ ୨୫ ରୋଗୀଙ୍କ ମୃତ୍ୟୁ, ବିପଦରେ ୬୦ ଜୀବନ, ୨ ଘଣ୍ଟାରେ ଶେଷ ହୋଇଯିବ ଅକ୍ସିଜେନ୍

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ, ୨୩।୦୪: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଫଳରେ ଅନେକ ହସ୍ପିଟାଲରେ ଅକ୍ସିଜେନ ଓ ବେଡ୍‌ର ଅଭାବ ଦେଖିବାକୁ ମିଳିଛି । ଏହାମଧ୍ୟରେ ସାର୍ ଗଙ୍ଗାରାମ ହସ୍ପିଟାଲରୁ ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ଏଠାରେ ୨୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ୬୦ ଗୁରୁତର ରୋଗୀଙ୍କ ଜୀବନ ବିପଦରେ ରହିଛି । ହସ୍ପିଟାଲ ପକ୍ଷରୁ ତୁରନ୍ତ ଅକ୍ସିଜେନ୍ ଯୋଗାଇବାକୁ ଅନୁରୋଧ କରାଯାଇଛି ।

ହସ୍ପିଚାଲର କହିବାନୁସାରେ, ଯେତିକି ଅକ୍ସିଜେନ୍ ରହିଛି ତାହା ମାତ୍ର ୨ ଘଣ୍ଟା ଯିବ । ଭେଣ୍ଟିଲେଟରରେ ଥିବା ବାଇଲେବଲ୍ ଏୟାରଓ୍ୱେ ପ୍ରେସର୍ ଠିକ୍ ଭାବେ କାମ କରୁନାହିଁ ।

{"id":442744,"sizeSlug":"large","linkDestination":"none"}

କିଛିଦିନ ପୂର୍ବରୁ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନ୍ୟ ଡାକ୍ତରମାନେ ହୋମ୍ ଆଇସୋଲେସନରେ ରହିଥିଲେ । ଅଧିକାଂଶ ଡାକ୍ତର କରୋନା ଆକ୍ରାନ୍ତ ଚିକିତ୍ସାରେ ନିୟୋଜିତ ଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଗୁରୁବାର କରୋନାର ନୂଆ ମାମଲା ଆସିବା ସହ ମୋଟ୍ ୯୫୬୩୪୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୃତକଙ୍କ ସଂଖ୍ୟା ୧୩୧୯୩ରେ ପହଁଚିଛି । ଦିଲ୍ଲୀରେ ବୁଧବାର ୭୨୨୦୮ ନମୂନା ସଂଗ୍ରହ କରାଯାଇଥିଲା । ଏବେସୁଦ୍ଧା ଏଠାରେ ୮ ଲକ୍ଷ ୫୧ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.