ଚିନ୍ତାରେ ରାସ୍ତାକଡ ଦୋକାନୀ: ଅଭାବ ଅନଟନରେ ୫ କୋଟି ପରିବାର, ସରକାରୀ ସାହାଯ୍ୟକୁ ଅପକ୍ଷା

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ, ୧୬|୦୪:  ସରକାର କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନକୁ ମେ ମାସ ୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଏହା ଦେଶରେ ଆର୍ଥିକ ସଙ୍କଟ ସୃଷ୍ଟି କରିଛି । ଫଳରେ ଦେଶରେ ପ୍ରାୟ ୫ କୋଟି ରାସ୍ତାକଡରେ ଦୋକାନ ଦେଇ ଗୁଜୁରାଣ ମେଣ୍ଟାଉଥିବା ଉଠାଦୋକାନୀ ବା ହକରଙ୍କ ପରିବାର ଅଭାବ ଅନଟନରେ ରହିଛି । ଏହାସହ ସେମାନଙ୍କୁ ଜିନିଷ ଯୋଗାଉଥିବା ସଂସ୍ଥାର ବ୍ୟକ୍ତିଙ୍କ ପରିବାର ମଧ୍ୟ ସମାନ ଅସୁବିଧାର ସାମ୍ନା କରୁଛି । ଏହା ଉପରେ ସରକାର ବିଚାର କରନ୍ତୁ ବୋଲି ଜାତୀୟ ହକର୍ସ୍ ସଙ୍ଘ କହିଛି ।

{"id":255027,"width":753,"height":505,"sizeSlug":"large"}

ଜାତୀୟ ହକର୍ସ ସଙ୍ଘର ସାଧାରଣ ସମ୍ପାଦକ ଶକ୍ତିମାନ ଘୋଷ କହିଛନ୍ତି ଯେ, ଦେଶରେ ପ୍ରାୟ ୫ କୋଟି ହକର ରହିଛନ୍ତି । ଏହାସହ କୋଟିଏରୁ ଅଧିକ କ୍ଷୁଦ୍ର ଶିଳ୍ପ ସେମାନଙ୍କୁ ସେମାନଙ୍କୁ ଜିନିଷ ଯୋଗାଇଥାନ୍ତି । ଦୈନିକ ବେପାର ପୂର୍ବରୁ ପ୍ରାୟ ୮ ହଜାର କୋଟି ଟଙ୍କାର ହେଉଥିଲା । ଏବେ ଲକଡାଉନ ପାଇଁ ସବୁ ବନ୍ଦ । ଫଳରେ ସେମାନଙ୍କ ପରିବାର ପୋଷଣ କରିବାକୁ କଷ୍ଟ ହେଉଛି । ସରକାର କୌଣସି ସାହାଯ୍ୟ ନକଲେ ସେମାନେ ଅସାମାଜିକ କାମ କରି ପରିବାର ଚଳାଇବା ପାଇଁ ବାଧ୍ୟ ହେବେ । ଏପରି କି ଅଧିକରୁ ଅଧିକ ବ୍ୟକ୍ତି ଭୋକ ଉପାସରେ ପ୍ରାଣ ହରାଇବେ ।

ସେ ଆହୁରି କହିଛନ୍ତି ଯେ, ଏବେ ଜାତୀୟ ହକର୍ସ ସଙ୍ଘ ଅଧିନରେ ୨୮ଟି ରାଜ୍ୟର ୧୧୮୮ଟି ସଙ୍ଗଠନ ରହିଛି । ସରକାର ଏମାନଙ୍କ କଥା ବିଚାର କରିବା ଉଚିତ । ମୁଦ୍ରା ଯୋଜନାରେ ହକର୍ସଙ୍କୁ ୫୦ ହଜାର ଟଙ୍କା ଓ କ୍ଷୁଦ୍ର ଶିଳ୍ପକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ଆବଶ୍ୟକ । କୋଲକତାର ଜଣେ ହକର କହିଛନ୍ତି ଯେ, ଲକଡାଉଉନ ହଟିବା ପରେ ତାଙ୍କ ପାଖରେ ପୁଣି ଥରେ ବେପାର ଆରମ୍ଭ କରିବା ପାଇଁ ସମ୍ବଳ ନଥିବା । ଏହି ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ସରକାର ଧ୍ୟାନ ଦେବା ଆବଶ୍ୟକ । ଏବେ ସେମାନେ ରାଜ୍ୟ ସରକାରଙ୍କକ ରାସନ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.