Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରାଜସ୍ଥାନ ପାଇଁ ଟେନସନ୍ ବିଦେଶୀ ଖେଳାଳି, ଟୁର୍ଣ୍ଣାମେଣ୍ଟ ଅଧାରୁ ହାତ ଛାଡିଲେଣି ୪ କ୍ରିକେଟର୍

26/04/2021 at 9:59 AM

ମୁମ୍ବାଇ,୨୬/୦୪:  ରାଜସ୍ଥାନ ରୟାଲ୍ସ ତରଫରୁ ଖେଳୁଥିବା ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର ଆଣ୍ଡ୍ର୍ୟୁ ଟ୍ରାଇ ରବିବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ହେଉଛନ୍ତି ରାଜସ୍ଥାନର ଚତୁର୍ଥ ଖେଳାଳି ଯିଏକି ଟୁର୍ଣ୍ଣାମେଣ୍ଟ ମଝିରେ ଦଳର ହାତ ଛାଡିଛନ୍ତି ।

ଏହାପୂର୍ବରୁ ଇଂଲଣ୍ଡର ଜୋଫ୍ରା ଆର୍ଚର(ହାତ ଅପରେସନ), ବେନ୍ ଷ୍ଟୋକସ୍ (ଆଙ୍ଗୁଠିରେ ଆଘାତ), ଲିୟାମ ଲିଭିଂଷ୍ଟୋନ୍(ବିଶ୍ରାମ) ଓହରିବା ପାଇଁ ନିଷ୍ପତ୍ତି ନେଇଥିଲେ । ରାଜସ୍ଥାନ ଏବେ ୫ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ତାଲିକାର ଷଷ୍ଠ ସ୍ଥାନରେ ରହିଛି ।

ଦଳ ଟ୍ୱିଟ୍ କରି କହିଛି ଯେ, ଆଣ୍ଡ୍ର୍ୟୁ ଟାଇ ବ୍ୟକ୍ତିଗତ କାରଣରୁ ରବିବାର ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ଯଦି ତାଙ୍କୁ କୌଣସି ସହଯୋଗ ଦରକାର ତେବେ ଦଳ ସାହାଯ୍ୟ ଜାରି ରଖିବ । ଗତ ଶନିବାର ରାଜସ୍ଥାନ ରୟାଲ୍ସର କ୍ରିକେଟ ନିର୍ଦ୍ଦେଶକ କୁମାର ସାଙ୍ଗକରା କେକେଆର ବିପକ୍ଷ ବିଜୟ ପରେ ଟାଇ୍ ରବିବାର ଅଷ୍ଟ୍ରେଲିଆ ଗସ୍ତ କରିବେ ବୋଲି କହିଥିଲେ ।

ସେହିପରି ଜୋଫ୍ରା ଆର୍ଚର ସର୍ଜରୀ କାରଣରୁ ଦଳରେ ନାହାଁନ୍ତି । ବେନ୍ ଷ୍ଟୋକସ୍ ଆହତ ହୋଇଛନ୍ତି । ସେହିପରି ଲିଭିଂଷ୍ଟୋନ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି । ବାୟୋ ବବଲରେ ତାଙ୍କୁ ଅସୁବିଧା ହେଉଥିବା କହି ସେ ସ୍ୱଦେଶ ଫେରିଥିଲେ ।

୩୪ ବର୍ଷୀୟ ଟାଇ ଅଷ୍ଟ୍ରେଲିଆ ପାଇଁ ୭ ଦିନିକିଆ ଓ ୨୮ ଟି୨୦ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲର ଚଳିତ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଗୋଟିଏ ହେଲେ ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳିନାହିଁ ।  

   Related Posts