Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନେପାଳରେ ଓଲି ସରକାର ଟଳମଳ : ସଂଖ୍ୟା ଗରିଷ୍ଠତା ହରାଇଲେ ବାମପନ୍ଥୀ-ମେଣ୍ଟ ସରକାର

6/05/2021 at 10:35 AM

କାଠମାଣ୍ଡୁ,୦୬/୦୫:  ନେପାଳରେ ଓଲି ସରକାରଙ୍କ ପାଇଁ ବଢିଲା ଅଡୁଆ । ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ଦଳ ଔପଚାରିକ ଭାବେ ଓଲି ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିନେଇଛି । ଏହାପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱାଧିନ ସରକାର ଏବେ ବହୁମତ ହରାଇଛି । ଏଙାପରେ ଓଲି ବିରୋଧୀ ସଦସ୍ୟଙ୍କ ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି ।

ପ୍ରଚଣ୍ଡଙ୍କ ନେତୃତ୍ୱାଧିନ ନେପାଳ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ଗଣେଷ ଶାହ ଓଲି ସରକାରଙ୍କଠୁ ସମର୍ଥନ ଫେରାଇ ନେଇଥିବା ଘୋଷଣା କରିଥିଲେ । ଏନେଇ ଏକ ପତ୍ର ମଧ୍ୟ ସଂସଦ ସଚିବାଳୟକୁ ପଠାଯାଇଥିଲା । ନେପାଳ ସଂସଦର ନିମ୍ନଗୃହରେ ପ୍ରଚଣ୍ଡଙ୍କ ଦଳର ମୁଖ୍ୟ ସଚେତକ ଦେବ ଗୁରଙ୍ଗ ସଚିବାଳୟର ଅଧିକାରୀଙ୍କୁ ଏହି ପତ୍ର ଦେଇଛନ୍ତି ।

ଦେବ ଗୁରୁଙ୍ଗ କହିଛନ୍ତି ଯେ, ତାଙ୍କ ଦଳ ଓଲି ସରକାରଠୁ ସମର୍ଥନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି । କାରଣ ସରକାର ସମ୍ବିଧାନର ଉଲ୍ଲଙ୍ଘନ କରିଛନ୍ତି । ଓଲି ସରକାରଙ୍କ ଗତିବିଧି ସମ୍ବିଧାନ ଓ ଦେଶ ପ୍ରତି ବିପଦ ଅଟେ । ସମର୍ଥନ ପ୍ରତ୍ୟାହାର ପରେ ଓଲି ସରକାରଙ୍କ ପାଖରେ ଆଉ ବହୁମତ ନାହିଁ ।

ସୂଚନାଯୋଗ୍ୟ, ୨ ଦିନ ପୂର୍ବରୁ ଓଲି କହିଥିଲେ ଯେ, ସେ ମେ ୧୦ ତାରିଖରେ ସେ ସଂସଦରେ ଆସ୍ଥା ଭୋଟ୍ ପ୍ରମାଣିତ କରିବେ । ନେପାଳର ନିମ୍ନ ସଦନରେ ୨୭୫ଜଣ ସଦସ୍ୟ ରହିଛନ୍ତି । ଯେଉଁଥିରେ ପ୍ରଚଣ୍ଡଙ୍କ ଦଳର ୪୯ ସାଂସଦ ଅଛନ୍ତି । ଶାସନରେ ଥିବା ସିପିଏମ-ୟୁଏମଏଲ ପାଖରେ ୧୨୧ ସାଂସଦ ଅଛନ୍ତି । ଏବେ ଓଲିଙ୍କୁ ସରକାର ବଞ୍ଚାଇବା ପାଇଁ ୧୭ ସାଂସଦ ଦରକାର ।

   Related Posts