ଢ଼େଙ୍କାନାଳ୧୯/୧୨: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଛି। ମିଳିଥିବା ସୂଚନା ଅନୁସାରେ ମେଡିକାଲ ଓ୍ବାର୍ଡରେ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ରୋଗୀ ହେଲେ ରାଜ କିଶୋର ବେହେରା, ଆଠଗଡ଼ ମାଣିଆବନ୍ଧ ଗ୍ରାମରେ ତାଙ୍କ ଘର।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଅସୁସ୍ଥ ଅବସ୍ଥାରେ ରାଜକିଶୋରଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦିନ ୧୧ଟାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ପୁରୁଷ ଭେଷଜ ବିଭାଗରେ ତାଙ୍କୁ ଆଡ଼ମିଶନ କରିଥିଲେ। କେବଳ ଗୋଟିଏ ସାଲାଇନ୍ ଲଗାଇ ଦେବା ପରେ ଆଉ କେହି ଡାକ୍ତର କିମ୍ବା ନର୍ସ ତାଙ୍କୁ ଦେଖିବାକୁ ଆସିନଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ଏମିତି ଅଭିଯୋଗ କରିଛନ୍ତି।
ଡାକ୍ତର ଏବଂ ନର୍ସଙ୍କ ଅବହେଳା ଯୋଗୁଁ ରାଜକିଶୋରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ଏହାକୁ ନେଇ ମୃତ ରୋଗୀଙ୍କ ସମ୍ପର୍କୀୟ ଓ ଅନ୍ୟ ରୋଗୀଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛି।