ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ, ୦୩|୦୩: କରୋନା ଭାଇରସର ବ୍ରାଜିଲ ଭାରିଏଣ୍ଟକୁ ସାରା ବିଶ୍ୱର ବୈଜ୍ଞାନିକମାନେ ଚିନ୍ତାରେ ପଡିଛନ୍ତି । ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ, ବ୍ରାଜିଲର ଭାରିଏଣ୍ଟ ସାଧାରଣ ଭାଇରସଠାରୁ ୨.୨ ଗୁଣା ଅଧିକ ସଂକ୍ରାମକ । ଏହାସହ ଏହା ଦ୍ୱିତୀୟ ଥର ସଂକ୍ରମଣ କରିବାର କ୍ଷମତା ରଖିଥାଏ । ବ୍ରାଜିଲର ସାଓ ୟୁନିଭର୍ସିଟିର ଗବେଷକମାନେ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ଅଧ୍ୟୟନ କରି ଏହି ଫଳାଫଳ ପାଇଛନ୍ତି ।

ବୈଜ୍ଞାନିକଙ୍କ କହିବାନୁସାରେ, ବ୍ରାଜିଲର ଓ୍ୱେବ୍ ସହରର କରୋନା ମରାତ୍ମକ ସ୍ଥିତିରେ ଥିଲା । ଏବେ ଦ୍ୱିତୀୟ ଥର ଏଠାରେ ଭାଇରସର ପ୍ରଭାବ ଦେଖିବାକୁ ମିଳିଛି । ରିସର୍ଚ୍ଚରେ ସେହି ଲୋକମାନଙ୍କ ତଥ୍ୟ ସାମ୍ନାକୁ ଆସିଥିଲା ଯେଉଁମାନେ ପୁନଃ ସଂକ୍ରମଣ ହୋଇଥିଲେ । ଅର୍ଥାତ ଭଲ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇଥିଲା । ତେବେ କିଛି ବୈଜ୍ଞାନିକ କହୁଥିଲେ ଯେ, ଥରେ ସଂକ୍ରମିତ ହେବା ପରେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ । କିନ୍ତୁ ବ୍ରାଜିଲରେ ଦେଖାଦେଇଥିବା କୋଭିଡର ନୂଆ ଭାରିଏଣ୍ଟ ଏହାର ବୀପରିତ କାମ କରୁଛି ।

ବ୍ରାଜିଲ ଭାରିଏଣ୍ଟକୁ ନେଇ ଲୋକମାନେ ପୁଣି ଥରେ ସଂକ୍ରମିତ ହେବାର ସମ୍ଭାବନା ଅଛି । ପୂର୍ବରୁ ମଧ୍ୟ ଏଠାରେ ଭାଇରସ ଅଧିକ ମରାତ୍ମକ ସାବ୍ୟସ୍ତ ହୋଇଛି । ସୂଚନାଯୋଗ୍ୟ, ଭାରତ ସରକାର ଗତ ଜାନୁଆରୀରେ ବ୍ରାଜିଲକୁ ଭାକସିନର ୨୦ ଲକ୍ଷ ଡୋଜ୍ ପ୍ରଦାନ କରିଥିଲେ । ସେତେବେଳେ ବ୍ରାଜିଲ ରାଷ୍ଟ୍ରପତି ହିନ୍ଦୀରେ ଧନ୍ୟବାଦ ଲେଖି ଭାରତ ପ୍ରତି ଆଭାର ବ୍ୟକ୍ତ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.